Latest Odisha News

ପଶ୍ଚିମବଙ୍ଗରେ ହିଂସା କରି ଲୁଚିଥିଲା ଭୁବନେଶ୍ୱରରେ, ଉଠାଇନେଲା ଏନଆଇଏ

ଭୁବନେଶ୍ୱର: ପଶ୍ଚିମବଙ୍ଗର ବୀରଭୂମ ହିଂସା ମାମଲାର ଅପରାଧୀ ଲୁଚିଥିଲା ଓଡ଼ିଶାରେ । ଏବେ ନ୍ୟାଶନାଲ ଇନଭେଷ୍ଟିକେସନ ଏଜେନ୍ସି ବା ଏନ୍ଆଇଏ ଭୁବନେଶ୍ୱରରୁ ଦୁଇ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଉଠାଇ ନେଇଛି। କଟକର ଏବଂ ଭୁବନେଶ୍ୱରରେ ଏନ୍ଆଇଏର ଦୁଇଟି ଟିମ୍ ଚଢ଼ଉ କରିଥିବା ସୂଚନା ରହିଛି।

ମିଳିଥିବା ସୂଚନା ଅନୁୟାୟୀ, ଏନ୍ଆଇଏ ରିମାଣ୍ଡରେ ନେଇ ଉଭୟଙ୍କୁ ପଚରାଉଚରା କରିଥିଲା। ପ୍ରାଥମିକ ପଚରାଉଚରା ପରେ ସେମାନଙ୍କୁ ଦିଲ୍ଲୀ ନିଆଯାଇଥିବା ଜଣାପଡ଼ିଛି। ଏନଆଇଏ ଏହି ଦୁଇ ଜଣଙ୍କ ପରିଚୟ ପ୍ରକାଶ କରିନାହିଁ । ଏମିତକି ପଶ୍ଚିମବଙ୍ଗରେ ଗତ ମାସରେ ଘଟିଥିବା ଏହି ହିଂସାକାଣ୍ଡରେ ସେମାନଙ୍କ ସମ୍ପୃକ୍ତି ନେଇ କୌଣସି ତଥ୍ୟ ପ୍ରକାଶ କରିନାହିଁ।

ଉଲ୍ଲେଖଯୋଗ୍ୟ, ଗତ ମାର୍ଚ୍ଚ 21 ତାରିଖରେ ରାମପୁରହାଟ ଗାଁରେ ଟିଏମସି ନେତା ତଥା ଭାଦୁ ଶେଖଙ୍କୁ ବାଇକ୍ ଆରୋହୀମାନେ ହତ୍ୟା କରିବା ପରେ ଉତ୍ତ୍ୟକ୍ତ ଲୋକେ ଅନେକ ଘର ପୋଡ଼ି ଦେଇଥିବା ଅଭିଯୋଗ ହୋଇଥିଲା। ତହିଁ ପରଦିନ ପୁଲିସ ଏକ ଘରୁ ଶିଶୁ ଓ ମହିଳାଙ୍କ ସମେତ ଆଠ ଜଣଙ୍କ ପୋଡ଼ା ମୃତଦେହ ଉଦ୍ଧାର କରିଥିଲା।

ଏହି ଘଟଣାକ୍ରମରେ ହିଂସାରେ ପୋଡ଼ି ହୋଇ ଆହତ ହୋଇଥିବା ଜଣେ ମହିଳାଙ୍କ ରବିବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ବେଳେ ମୋଟ୍ ମୃତ୍ୟୁ ସଂଖ୍ୟା 10ରେ ପହଞ୍ଚିଛି।

ଏହି ମାମଲାକୁ ଶାସକ ଦଳ ଟିଏମସିକୁ ଘେରିଥିଲା ବିଜେପି । ଯଦିଓ ମମତା ଏସଆଇଟି ଟିମ୍ ଗଠନ କରି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ହେଲେ ହାଇକୋର୍ଟ ମାମଲାକୁ ନିଜ ଆଡୁ ନେଇ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାରେ ଗତ ମାସ 7 ତାରିଖରେ ସିବିଆଇ ଚାର୍ଜଶିଟ୍ ଦାଖଳ କରିଥିଲା।

Comments are closed.