Latest Odisha News

BREAKING NEWS

ସନ୍ଦେହରେ ପୋଲିସ ଗାଡ଼ି; ହାଜତ ମୃତ୍ୟୁ ନା ଦୁର୍ଘଟଣା

ପାରାଦୀପ: ହାଜତରେ ବାଡେଇ ମାରିଦେଲେ । ହସ୍ପିଟାଲକୁ ନେଇ ପୋଲିସ କହିଲା ଦୁର୍ଘଟଣା ଜନିତ ମୃତ୍ୟୁ । ମୃତକ ମନୋରଞ୍ଜନ ଗେଡ଼ିଙ୍କ ପରିବାର ଏହି ଅଭିଯୋଗ କରିଛନ୍ତି ।

ବୃନ୍ଦାବନ କଲୋନୀର ମନୋରଞ୍ଜନଙ୍କୁ ଅଭୟଚାନ୍ଦପୁର ପୋଲିସ ଶନିବାର ସଂଧ୍ୟାରେ ଏକ ମାମଲାରେ ଗିରଫ କରିଥିଲା । ପରେ ବିଳମ୍ବିତ ରାତ୍ରିରେ ମନୋରଞ୍ଜନଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଖବର ପରିବାରକୁ ଦେଇଥିଲା ।

ପରିବାର ଲୋକେ ପୋଲିସ କଥାକୁ ଅସ୍ୱୀକାର କରି ହାଜତ ମୃତ୍ୟୁ ଅଭିଯୋଗ ଆଣିଛନ୍ତି । ପୋଲିସ ଅନୁଯାୟୀ, ପ୍ରଥମେ ଅଠରବାଙ୍କୀ ହସ୍ପିଟାଲ ଓ ପରେ ଜଗତସିଂହପୁରକୁ ଗୁରୁତର ମନୋରଞ୍ଜନଙ୍କୁ ନିଆଯାଇଥିଲା ।

ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ରାତି ୨ଟାରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ।
ଦୁର୍ଘଟଣା ସମୟରେ ପରିବାର ଲୋକଙ୍କୁ ଖବର ନ କରି ପୋଲିସ ଗାଡ଼ିରେ ହସ୍ପିଟାଲ ନେବାକୁ ପରିବାର ଲୋକେ ଗ୍ରହଣ କରିପାରିନାହାନ୍ତି । ଏନେଇ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ପରିବାର ଲୋକେ ଦାବି କରିଛନ୍ତି ।

Leave A Reply

Your email address will not be published.