Latest Odisha News

BREAKING NEWS

ଜାମିନ ନାମଞ୍ଜୁର ପରେ ବିଚାର ବିଭାଗୀୟ ହେପାଜତକୁ ଗଲେ ଦେବଗଡ ବିଧାୟକ

ଦେବଗଡ: ତିଳେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ମାଡ ମାରିବା ଅଭିଯୋଗରେ ଦେବଗଡ ଜିଲ୍ଲା ଦୌରାଜଜ କୋର୍ଟରେ ହାଜର ହୋଇଥିଲେ ଦେବଡ ବିଧାୟକ ସୁବାସ ପାଣିଗ୍ରାହୀ । ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ 7 ତାରିଖ ଯାଏ ବିଚାରବିଭାଗୀୟ ହେପାଜତକୁ ପଠାଇ ଦିଆଯାଇଛି । ବିଧାୟକଙ୍କ ସହିତ ତାଙ୍କର ଦୁଇ ସହଯୋଗୀ ମଧ୍ୟ ଗିରଫ ହୋଇଛନ୍ତି।

ଅନ୍ୟପଟେ ଗିରଫଦାରୀ ରାଜନୈତିକ ଉଦ୍ଦେଶ୍ୟ ରଖି କରାଯାଇଛି ବୋଲି ବିଧାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଆଗାମୀ ଦିନରେ ଏହାକୁ ନେଇ ବିଜେପି ସରକାର ବିରୋଧରେ ଆନ୍ଦୋଳନ ଜୋରଦାର କରିବ ବୋଲି କହିଛି । ସେପଟେ ଗିରଫଦାରୀକୁ ବିରୋଧ କରି ବିଜେପି ଆସନ୍ତାକାଲି ଦେବଗଡ ବନ୍ଦ ଡାକରା ଦେଇଛି।

ଉଲ୍ଲେଖଯୋଗ୍ୟ, ଗତକାଲି ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ଓ ତାଙ୍କ ସମର୍ଥକ ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ଏ ନେଇ ବିଡିଓ ଏବଂ ବିଧାୟକ ପରସ୍ପର ଆଗ ପଛ ହୋଇ ଥାନାରେ ଏତଲା ଦେଇଥିଲେ । ବିଧାୟକ ଓ ତାଙ୍କ ସମର୍ଥକ ଛେପଲିପାଲି ଗାଁକୁ ଯାଇ ବିଡିଓଙ୍କୁ ମାଡ଼ ମାରିବା ସହ ଗାଳିଗୁଳଜ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ପରେ ବିଧାୟକଙ୍କ ବିରୋଧରେ ମାମଲା ଦେବା ସହ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଥିଲେ ବିଡିଓ ।

ପରେ ଆଜି ସକାଳେ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଏବଂ ତାଙ୍କର ଦୁଇ ସହଯୋଗୀଙ୍କୁ ଭୁବନେଶ୍ୱର କ୍ୱାର୍ଟର୍ସରୁ ଗିରଫ କରିଛି ଦେବଗଡ଼ ପୋଲିସ। ବିଧାୟକଙ୍କୁ ରାସ୍ତାରେ ନେବା ବେଳେ ସେ ଅସୁସ୍ଥ ହୋଇପଡିଥିଲେ। ପରେ ତାଙ୍କୁ ଏକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ସାଲାଇନ ଦିଆଯାଇଥିଲା। ପରେ ସେ ସୁସ୍ଥ ହୋଇଥିଲେ ଏବଂ କୋର୍ଟରେ ହାଜର ହୋଇଥିଲା।

Leave A Reply

Your email address will not be published.