Latest Odisha News

BREAKING NEWS

‘ଅସନ୍ତୁଷ୍ଟ ହୋଇ ସାମ୍ୱାଦିକତା କଲେ ଆମେ ଠିକ୍ ବାଟରେ ପହଞ୍ଚିପାରିବାନି’: ସୌମ୍ୟରଞ୍ଜନ

ଭୁବନେଶ୍ୱର: ଗଣମାଧ୍ୟମକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ସାମ୍ୱାଦିକମାନଙ୍କ ବୃତ୍ତି ତଥା ଗଣମାଧ୍ୟମ ଶିଳ୍ପ କରୋନା କାଳରେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ଗଣମାଧ୍ୟମର ତିନୋଟି ଦିଗ ରହିଛି । ଗ୍ରାହକ, ମାଲିକ ବା ବିଜ୍ଞାପନଦାତା  ।

ବିଜ୍ଞାପନଦାତାଙ୍କ ଉପରେ ନିର୍ଭରଶୀଳ ହୋଇଥିବାରୁ ଗ୍ରାହକମାନଙ୍କ ସ୍ୱାର୍ଥକୁ ଜଗିପାରୁନାହୁଁ । ମାଲିକ ଦ୍ୱନ୍ଦ୍ୱରେ ପଡି ବିଜ୍ଞାପନଦାତାଙ୍କ ଆଡ଼କୁ ଢଳୁଛି । ସେହିପରି ଗ୍ରାହକ ମଧ୍ୟ ବଜାରର ପ୍ରଭାବରେ ଦାୟିତ୍ୱ ଭୁଲିଯାଉଛି । ସେବା ଚାହିଁ ମଧ୍ୟ ମୂଲ୍ୟ ଦେବାକୁ ଚାହୁଁନାହିଁ । ତେଣୁ ଗ୍ରାହକ ସଚେତନ ହେବା ଆବଶ୍ୟକ ବୋଲି ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି । ଅସନ୍ତୁଷ୍ଟ ହୋଇ ସାମ୍ୱାଦିକତା କଲେ ଆମେ ଠିକ୍ ବାଟରେ ପହଞ୍ଚିପାରିବାନି ବୋଲି କହିଛନ୍ତି ସୌମ୍ୟ ।

Leave A Reply

Your email address will not be published.