Latest Odisha News

BREAKING NEWS

ନୀରଜ କହିଲେ ନଦୀମଙ୍କ ସହ ମୋର ନ ଥିଲା ବନ୍ଧୁତା

ନୂଆଦିଲ୍ଲୀ: ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ତାଙ୍କ ପାକିସ୍ତାନ ବନ୍ଧୁ ଅର୍ଶାଦ ନଦୀମଙ୍କ ସହ କିପରି ସମ୍ପର୍କ ରହିଛି ତାର ଖୁଲାସା କରିଛନ୍ତି । ବର୍ତମାନ ଭାରତ ଓ ପାକିସ୍ତାନ ବିବାଦ ଯୋଗୁ ସ୍ଥିତି ପୂର୍ବଭଳି ରହି ନାହିଁ । ନୀରଜ କହିଛନ୍ତି ନଦୀମଙ୍କ ସହ ମୋର ବନ୍ଧୁତା ଏତେ ନୀବିଡ ନ ଥିଲା । ସେ ମୋ ସହିତ ସମ୍ମାନର ସହିତ କଥା ହୁଅନ୍ତି ମୁଁ ମଧ୍ୟ ଏହାର ଉପଯୁକ୍ତ ଉତର ଦେଇଥାଏ । ଆନ୍ତର୍ଜାତୀୟସ୍ତରର ଆଥଲେଟ ହେବା ପରେ ସମସ୍ତଙ୍କ ସହ ସମ୍ପର୍କ ରଖିବାକୁ ପଡିଥାଏ । ୨୦୨୧ ଟୋକିଓ ଅଲିମ୍ପିକ୍ସରେ ନୀରଜ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ନଦୀମ ପଦକ ଜିତିପାରି ନ ଥିଲେ ।

ପ୍ୟାରିସ ଗେମ୍ସରେ ନଦୀମ ସ୍ୱର୍ଣ୍ଣ ଜିତିଥିବା ବେଳେ ନୀରଜ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲେ । ଏନସି କ୍ଲାସିକ ଜାଭେଲିନ ଚାମ୍ପିୟନଶିପ ପାଇଁ ନଦୀମଙ୍କୁ ଆମନ୍ତ୍ରଣ କରିବା ନେଇ ନୀରଜ ସମାଲୋଚିତ ହୋଇଥିଲେ । ଏହା ପରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଭାରତୀୟ ସେନା ଏହାର କଡା ଜବାବ ଦେବା ସହ ପାକିସ୍ତାନରେ ଅନେକ ଆତଙ୍କବାଦୀଙ୍କୁ ଟାର୍ଗେଟ କରିଥିଲା । ଏବେ ପାକିସ୍ତାନ ସହ ଭାରତ ତାର ପ୍ରାୟ ଅଧିକାଂଶ ସମ୍ପର୍କ ଚ୍ଛିନ୍ନ କରିଛି ।

Comments are closed.