Latest Odisha News

BREAKING NEWS

ଆଜି ସନ୍ଧ୍ୟାରେ ଏହିସବୁ ଜିଲ୍ଲାରେ ବଜ୍ରପାତ ସହ ହେବ ଝଡ଼ବର୍ଷା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସତର୍କ ସୂଚନାନୁଯାୟୀ ମଙ୍ଗଳବାର ସନ୍ଧ୍ୟାରେ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳ ବର୍ଷା ଓ ପବନ ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି ।

ଯେଉଁସବୁ ଜିଲ୍ଲାଗୁଡ଼ିକରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି ସେହିି ଜିଲ୍ଲାଗୁଡ଼ିକ ହେଲା – ବରଗଡ଼, ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲ୍ଲା । ମଙ୍ଗଳବାର ସନ୍ଧ୍ୟା ୬ଟା ୩୦ ସୁଦ୍ଧା ଏହି ସବୁ ଜିଲ୍ଲାଗୁଡ଼ିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଝଡ଼ବର୍ଷା ହେବାର ଆଶଙ୍କା ରହିଛି ।

ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର୍ ରହିବ ।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ରାୟଗଡ଼ା, କୋରାପୁଟ, କଟକ (କଟକ ସହର ସମେତ), ନୟାଗଡ଼, ଗଞ୍ଜାମ, କନ୍ଧମାଳ, ସୋନପୁର, ବୌଦ୍ଧ, କଳାହାଣ୍ଡି ଏବଂ ବଲାଙ୍ଗୀର ଜିଲ୍ଲା ।

ଏହି ସମୟରେ ଜନସାଧାରଣ ନିରାପଦ ସ୍ଥାନରେ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.