Latest Odisha News

ନୂତନ ଶିକ୍ଷା ବର୍ଷ ପାଇଁ ୟୁଜି/ପିଜି ଆଡମିସନ ଆରମ୍ଭ କଲା ଜାମିଆ ହମ୍‌ଦର୍ଦ

ନୂଆଦିଲ୍ଲୀ: ନୂତନ ଶିକ୍ଷା ବର୍ଷ ୨୦୨୦ ପାଇଁ ଅଣ୍ଡର ଗ୍ରାଜୁଏଟ ତଥା ପୋଷ୍ଟ ଗ୍ରାଜୁଏଟ ଆଡମିସନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି, ଗବେଷଣା ଭିତ୍ତିକ ଅନୁଷ୍ଠାନ ଜାମିଆ ହମ୍‌ଦର୍ଦ ।

ଆସନ୍ତା ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ଅଫିସିଆଲ ୱେବସାଇଟ htuntilamiahamdard.edu/  ରେ ଆଡମିସନ ଫର୍ମ ଉପଲବ୍ଧ ଥିବା ବେଳେ ଆଡମିସନ ପ୍ରକ୍ରିୟା ଅଗଷ୍ଟ ପର୍ଯ୍ୟନ୍ତ ଚାଲୁ ରହିବ ।

ନୂତନ ଶିକ୍ଷା ବର୍ଷ ର ପାଠପଢା ଅଗଷ୍ଟ ୩ ତାରିଖରେ ଆରମ୍ଭ ହେବାକୁ ଥିବା ବେଳେ ଚଳିତ ବର୍ଷ ଅନୁଷ୍ଠାନ ପକ୍ଷରୁ ସାମ୍ବାଦିକତା ଓ ଜନ ସଂଚାର ଭଳି ଏକ ନୂଆ ପାଠ୍ୟକ୍ରମ ଆଗତ କରାଯାଇଛି ।

ଅଧିକ ପଢନ୍ତୁ – ପଙ୍ଗପାଳ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: ୫ ଜିଲ୍ଲାକୁ ସଜାଗ ରହିବାକୁ ପରାମର୍ଶ

ଜଏଣ୍ଟ ଏନ୍‌ଟ୍ରାନ୍ସ ଏକ୍ସାମିନେସନ (ଜେଇଇ) ମେନ,ନ୍ୟାସନାଲ ଏଲିଜିବିଲିଟି-କମ୍‌-ଏନ୍‌ଟ୍ରାନ୍ସ ଟେଷ୍ଟ(ନିଟ୍‌) ଏବଂ କମନ ଲ ଆଡମିସନ ଟେଷ୍ଟ(କ୍ଲାଟ୍‌) ଆଦି ପରୀକ୍ଷା ଭିତ୍ତି ରେ ଏହାର ଚୟନ ପ୍ରକ୍ରିୟା ରଖାଯାଇଛି । ପରୀକ୍ଷା ତାରିଖ ତଥା ଇନଟରଭିୱୁ ସମ୍ବନ୍ଧୀୟ ସମସ୍ତ ସୂଚନା ଅଫିସିଆଲ ୱେବସାଇଟରେ ଦିଆଯାଇଛି ।

ପିଏଚଡି ଛାତ୍ରଛାତ୍ରୀ ଙ୍କ ଥେସିସ ପୈଠ ର ସମୟ କୁ ଛହ ମାସ ବଢାଇ ଦିଆଯାଇଥିବା ବେଳେ ଇନଟରନାଲ ଆସେସମେଣ୍ଟ ପ୍ରକ୍ରିୟା କୁ ସମ୍ପୂର୍ଣ୍ଣ ରୂପେ ଅନଲାଇନ କରିଦିଆଯାଇଛି ।

ଛୁଟି ସମୟରେ ବିଭିନ୍ନ ଆସାଇଗ୍ନମେଣ୍ଟ, ପ୍ରୋଜେକ୍ଟ ରିପୋର୍ଟ, ଟର୍ମ ପେପର, ମିନି ରିଭ୍ୟୁ, ଅପେନ ବୁକ ପରୀକ୍ଷା ଆଦିର ବ୍ୟବସ୍ଥା କରାଯାଇଛି । ଏସବୁ ର ସଠିକ ଯାଞ୍ଚ ପରେ ମୁଲ୍ୟାଙ୍କନ ଭିତ୍ତି ରେ ସେମିଷ୍ଟାର ପରୀକ୍ଷା ର ମାର୍କ ଦିଆଯିବାର ବ୍ୟବସ୍ଥା କରାଯାଇଥିବା ଦ ଇଣ୍ଡିଆନ ଏକ୍ସପ୍ରେସ ରୁ ସୂଚନା ମିଳିଅଛି ।

Leave A Reply

Your email address will not be published.