Latest Odisha News

BREAKING NEWS

ରାଜ୍ୟରେ ବଦଳିବ ପାଗ: ୪ ଦିନ କାଳବୈଶାଖୀ ବର୍ଷା ଆଲର୍ଟ, ୪-୫ ତାରିଖରେ ସର୍ବାଧିକ ପ୍ରଭାବ

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା କିଛି ଦିନ ଧରି ପାଗରେ ବଡ଼ ପରିବର୍ତ୍ତନ ଦେଖାଯିବ। ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା ୪ ଦିନ ଯାଏଁ କାଳବୈଶାଖୀ ବର୍ଷା ସମ୍ଭାବନା ନେଇ ଆଲର୍ଟ ଜାରି କରାଯାଇଛି। ବିଶେଷକରି ୪ ଓ ୫ ତାରିଖରେ ଏହାର ପ୍ରଭାବ ସର୍ବାଧିକ ରହିବ ବୋଲି ସତର୍କ କରାଯାଇଛି।

ପାଣିପାଗ ବିଭାଗ ଅନୁସାରେ, ସାରା ରାଜ୍ୟରେ ଘଡ଼ଘଡ଼ି ସହ ବିଜୁଳି ପାତ ଓ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ ଓଡ଼ିଶାର କେବଳ କିଛି ଜିଲ୍ଲାକୁ ବାଦ ଦେଲେ ଅଧିକାଂଶ ଅଞ୍ଚଳରେ କାଳବୈଶାଖୀ ବର୍ଷା ହେବ।

ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ୪୦ରୁ ୫୦ କିମି ବେଗରେ ଝଡ଼ ପବନ ବହିବା ସହ ବଜ୍ରପାତ ସମ୍ଭାବନା ଥିବାରୁ ଏହି ଅଞ୍ଚଳଗୁଡ଼ିକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ୟେଲୋ ଆଲର୍ଟ ଜାରି ରହିଛି।

ଏହାସହିତ ୪ ଓ ୫ ତାରିଖରେ କିଛି ଜିଲ୍ଲାରେ ବେଗବାନ ପବନ (୫୦-୬୦ କିମି/ଘଣ୍ଟା) ଓ ଝଡ଼ ବର୍ଷା ସମ୍ଭାବନା ଥିବାରୁ ଓରେଞ୍ଜ ଆଲର୍ଟ ମଧ୍ୟ ଜାରି ହୋଇଛି।

ପାଣିପାଗ ବିଜ୍ଞାନୀମାନେ କହିଛନ୍ତି, ମଧ୍ୟପ୍ରଦେଶରୁ ମଣିପୁର ପର୍ଯ୍ୟନ୍ତ ପୂର୍ବ-ପଶ୍ଚିମ ଟ୍ରଫ୍ ଲାଇନ୍ ଝାଡ଼ଖଣ୍ଡ, ଛତିଶଗଡ ଓ ପଶ୍ଚିମବଙ୍ଗ ଦେଇ ଯାଉଥିବାରୁ ଏହାର ପ୍ରଭାବରେ ଓଡ଼ିଶାରେ କାଳବୈଶାଖୀ ବର୍ଷା ହେବ।

ସମୁଦ୍ରତଟ ଅଞ୍ଚଳ ପାଇଁ ମଧ୍ୟ ସତର୍କବାଣୀ ଜାରି ହୋଇଛି। ୨ରୁ ୫ ତାରିଖ ପର୍ଯ୍ୟନ୍ତ ସମୁଦ୍ରରେ ବେଗବାନ ପବନ (୪୦-୫୦ କିମି/ଘଣ୍ଟା) ଓ ଖରାପ ସମୁଦ୍ର ପରିସ୍ଥିତି ରହିବାରୁ ମାଛଧରାଳିମାନଙ୍କୁ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି।

ପାଣିପାଗ ବିଭାଗ ପକ୍ଷରୁ ଲୋକମାନଙ୍କୁ ବଜ୍ରପାତ ସମୟରେ ସୁରକ୍ଷିତ ସ୍ଥାନରେ ରହିବା ଓ ସତର୍କ ରହିବାକୁ ଅନୁରୋଧ କରାଯାଇଛି।

Leave A Reply

Your email address will not be published.