Latest Odisha News

BREAKING NEWS

ଲୁହା ବୋଝେଇ ଟ୍ରଲର ଗାଡି ଦୁର୍ଘଟଣା , ଡ୍ରାଇଭର ମୃତ

କନ୍ଧମାଳ : ଦୁର୍ଘଟଣାରେ ଅକାଳରେ ଚାଲିଗଲା ଜୀବନ । କୋଟଗଡ ନିକଟସ୍ଥ ପବନ ଗାଁରେ ଲୁହା ବୋଝଇ ଟ୍ରଲର ଗାଡି ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଯାଇଛି । ଲୋକଙ୍କ କହିବା ଅନୁସାରେ ତୁମୁଦିବନ୍ଧ ପଟୁ ପ୍ରାୟ ରାତି ଦୁଇଟା ସମୟରେ ଲୁହା ବୋଝେଇ ଟ୍ରଲରଟି ତାମିଲନାଡୁ ଅଭିମୁଖେ ଯାଉଥିଲା ।

କୌଣସି କାରଣରୁ ଗାଡିଟି ଗଛରେ ପିଟି ହୋଇଯାଇଥିଲା । ଫଳରେ ଡ୍ରାଇଭର ଲୁହା ଛଡରେ ଚାପି ହୋଇ ମୃତ୍ୟୁ ବରଣ କରିଥିବା ପବନ ଗାଁ ଲୋକ କହିଛନ୍ତି । ହେଲପର ଗୁରୁତର ଥିବାରୁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଫୁଲବାଣୀ ମେଡିକାଲ ନିଆଯାଇଛି । ଘଟଣା ସ୍ଥଳରେ ତୁମୁଦିବନ୍ଧ ପୋଲିସ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଦୁର୍ଘଟଣାର କାରଣ କଣ ପୋଲିସ ତଦନ୍ତ ଜାରି ରଖୁଛି ।

Leave A Reply

Your email address will not be published.