Latest Odisha News

BREAKING NEWS

ବ୍ରାଜିଲରେ ସଙ୍ଗିନ ହେଉଛି କରୋନା ସ୍ଥିତି: ୨୪ ଘଣ୍ଟାରେ ୫୧ ହଜାର ଆକ୍ରାନ୍ତ, ୧୨ ଶହରୁ ଉର୍ଦ୍ଧ୍ବ ମୃତ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା କହର। ବ୍ରାଜିଲରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫୧ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ । ସେହିପରି ଏଠାରେ ୨୪ ଘଣ୍ଟାରେ ୧୨ ଶହ ରୁ ଅଧିକ ମୁଣ୍ଡ ନେଇଛି କରୋନା ।

ଏଠାରେ ୨,୩୯୪,୫୧୩ ମୋଟ କରୋନା ମାମଲା ଚିହ୍ନଟ ହୋଇଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୫୧,୧୪୭ ଜଣ ନୂଆ ଆକ୍ରାନ୍ତ । ଏହାସହ ୨୪ ଘଣ୍ଟାରେ ୧୨୧୧ ମୃତ୍ୟୁ ସହ ଦେଶର ମୋଟ ମୃତ୍ୟୁ ସଂଖ୍ୟା ୮୬୪୪୯ ରେ ପହଞ୍ଚିଛି ।

ଶୁକ୍ରବାର ଦିନ, ବ୍ରାଜିଲରେ ୫୫,୮୯୧ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୧୫୦ ରୁ ଅଧିକ ଜଣ ଏଥିରେ ପ୍ରାଣ ହରାଇଛନ୍ତି। ଏକ ସପ୍ତାହ ପୂର୍ବରୁ ବ୍ରାଜିଲରେ ମୋଟ ମୃତ୍ୟୁ ସଂଖ୍ୟା ୭୮୭୦୦ ରହିଥିଲା । ଏହି ଅନୁପାତରେ ବ୍ରାଜିଲରେ ସାପ୍ତାହକୁ ପ୍ରାୟ ୮୦୦୦ କରୋନାଭାଇରସ ରୋଗୀଙ୍କର ମୃତ୍ୟୁ ଘଟିଥିବାର ଦେଖାଯାଇଛି, ଯାହା ପୂର୍ବ ସାପ୍ତାହିକ ରେକର୍ଡ ତୁଳନାରେ ଏକ ହଜାର ଅଧିକ।

WHO କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମାଇକେଲ ରିୟାନ୍ ଚଳିତ ମାସ ଆରମ୍ଭରେ ଦେଇଥିବା ସୁଚନା ଅନୁସାରର, ବ୍ରାଜିଲରେ କରୋନାଭାଇରସର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇ ଯାଇଛି ।

Leave A Reply

Your email address will not be published.