Latest Odisha News

BREAKING NEWS

ବଢିବ ତାପମାତ୍ରା କମିବ ଥଣ୍ଡା: ପଣିପାଗ ବିଭାଗ

ଭୁବନେଶ୍ୱର: ଲଗାତାର କିଛି ଦିନ ହେବ କ୍ରମାଗତ ଭାବରେ ତାପମାତ୍ରାରେ ହ୍ରାସ ଯୋଗୁଁ ଅନେକ ସହରେ ପାରଦ ଖସିବା ସହ ଥଣ୍ଡା ମଧ୍ୟ ଅନୁଭୂତ ହେଉଥିଲା। କିଛି କିଛି ସ୍ଥାନର ତାପମାତ୍ରା ୧୦ ରୁ ୫ ଡିଗ୍ରି ତଳକୁ ଖସିଥିବା ରେକର୍ଡ ମଧ୍ୟ ହୋଇଛି।

ମାତ୍ର ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପୁଣି ଥରେ ରାଜ୍ୟର ତାପମାତ୍ରା ସ୍ୱାଭାବିକ ସ୍ତରକୁ ଯିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି।

ବିଭାଗ ପକ୍ଷରୁ ଜାରି ସୂଚନାନୁଯାୟୀ ଅଧିକାଂଶ ସ୍ଥାନରେ ଏବେ ୩/୪ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା କମ୍‌ ରହିଛି। ତେବେ ଆସନ୍ତା ୨ରୁ୩ ଦିନ ମଧ୍ୟରେ ତାପମାତ୍ରା ପାଖାପାଖି ୪ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ ବୋଲି ପାଣିପାଗ ବିଭାଗକେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌ ଆର୍‌ ବିଶ୍ବାସ କହିଛନ୍ତି ।

ଆହୁରି ମଧ୍ୟ ସେ କହିଛନ୍ତି ଯେ, ପୂର୍ବ ତରଙ୍ଗାୟିତ ପବନ ଯୋଗୁଁ ରାଜ୍ୟରେ ଥଣ୍ଡା କମିବ। ଆଜି ଭୁବନେଶ୍ବରରେ ସର୍ବନିମ୍ନ ତାପମାତ୍ରା ପାଖାପାଖି ୧୭° ରହିଥିବା ବେଳେ ଆଗାମୀ ଦିନରେ ଏହା ୨୧ ଡିଗ୍ରି ପର୍ଯ୍ୟନ୍ତ ବଢ଼ିଯିବ।

Comments are closed.