Latest Odisha News

BREAKING NEWS

ତାତିରୁ ମିଳିବ ଆଶ୍ବସ୍ତି; ବିଭିନ୍ନ ଜିଲ୍ଲାରେ ବର୍ଷା ନେଇ ପାଣିପାଗ ବିଭାଗର ସୂଚନା

ଭୁବନେଶ୍ବର: ରାଜ୍ୟରେ ତାତିରୁ ମିଳିବ ଆଶ୍ବସ୍ତି । ପଶ୍ଚିମା ଝଡ ପ୍ରଭାବରେ ଆସନ୍ତାକାଲି (ମଙ୍ଗଳବାର) ଯାଏଁ ଉତ୍ତର ଓଡ଼ିଶାରେ ହାଲୁକା ବର୍ଷା ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । କିନ୍ତୁ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତିରେ ବ୍ରେକ ଲାଗିବ ନାହିଁ ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର, ବରଗଡ, ଦେଓଗଡ, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବରର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସେହିପରି ମଙ୍ଗଳବାର ପାଇଁ ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଢେଙ୍କାନାଳ ଓ ଯାଜପୁର ଜିଲ୍ଳାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ଏହା ପରେ 7 ଓ 8 ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ତେବେ 7 ରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ସମ୍ବଲପୁର, ଦେବଗଡ଼ ଓ ମୟୂରଭଞ୍ଜ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।

ସେହିପରି 8 ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର ଓ ଜଗତସିଂହପୁରରେ ବର୍ଷା ସମ୍ଭାବନା ଅଛି । ରବିବାର ବଲାଙ୍ଗୀର ଓ ସୁନ୍ଦରଗଡ଼ରେ ହାଲୁକା ବର୍ଷା ହୋଇଛି ।

ରାଜ୍ୟରେ ଗତ କିଛି ଦିନ ହେବ ପାରଦ ଉପରମୁହାଁ ହୋଇଛି । ଦୀର୍ଘ ୮ ଦିନ ପରେ ରାଜଧାନୀର ତାତି ପୁଣି ୩୬ ଡିଗ୍ରୀ ପାର କରିଛି । ରାଜଧାନୀରେ ରବିବାର ଦିନ ତାପମାତ୍ରା ୩୬.୮ଡିଗ୍ରୀ ରେକର୍ଡ ହୋଇଛି । ୧୧ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଛି ।

ପାରଳାଖେମୁଣ୍ଡିର ତାତି ସର୍ବାଧିକ ୩୭ ଡିଗ୍ରୀ ରହିଛି । ସେହପରି ମାଲକାନଗିରିରେ ୩୬.୯, ବଲାଙ୍ଗୀରରେ ୩୬.୮, ଟିଟିଲାଗଡ଼ର ୩୬.୫, ଅନୁଗୁଳ ଓ ସୋନପୁରରେ ୩୬.୧ ଓ ବୌଦ୍ଧରେ ୩୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

 

Comments are closed.