Latest Odisha News

BREAKING NEWS

ଆହୁରି ଦୁଇ ଦିନ ତାତିରୁ ନିସ୍ତାର ନାହିଁ, ୭ ପରେ ସାମାନ୍ୟ ଆଶ୍ୱସ୍ତି

ଭୁବନେଶ୍ବର: ଅସହ୍ୟ ଗରମକୁ ଭୀଷଣ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି ରାଜ୍ୟବାସୀ । ଡହଡହ ଖରାରେ ସିଝୁଛି ଓଡ଼ିଶା । ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ୍ ଛୁଇଁଛି । ୧୧ ସହରରେ ପାରଦ ୪୦ ଟପିଛି । ଆଗକୁ ଆହୁରି ଗରମ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

ତେବେ ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରେ ତାପମାତ୍ରା ୨ ଡିଗ୍ରୀ ଯାଏଁ ବୃଦ୍ଧି ପାଇବା ସମ୍ଭାବନା ଥିବା ପାଣିପାଗ ବିଭାଗର ଆକଳନ କରିଛି । ତେବେ ଦୁଇ ଦିନ ପରେ ଅର୍ଥାତ ଆସନ୍ତା ୭ ତାରିଖ ବେଳକୁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ଗୁରୁବାର ୪୨ ଡିଗ୍ରୀ ସହ ମାଲକାନଗିରି ଓ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ବିବେଚିତ ହୋଇଛି । ସେହିପରି ଅନୁଗୁଳ ଓ ବଲାଙ୍ଗୀର ୪୧.୭, ଝାରସୁଗୁଡ଼ା ୪୧.୬ ଡିଗ୍ରୀ, ଭବାନୀପାଟଣା ଓ ଟିଟିଲାଗଡ଼ ୪୧, ନୂଆପଡ଼ା ୪୦.୪ ଡିଗ୍ରୀ, କଟକ ୩୮ ଏବଂ ଭୁବନେଶ୍ବର ୩୭.୪ ଡିଗ୍ରୀ ରେକର୍ଡ କରାଯାଇଛି ।

ଆଜି (ଶୁକ୍ରବାର) ବଲାଙ୍ଗୀର, ବୌଦ୍ଧ, ଅନୁଗୋଳ, ମାଲକାନଗିରି, ନୟାଗଡ଼, କେନ୍ଦୁଝର ଜିଲାରେ ହିଟ୍‌ୱେଭ୍‌ ଜାରି ହୋଇଥିବାବେଳେ, ବଲାଙ୍ଗୀର, କନ୍ଧମାଳ, ବୌଦ୍ଧ ଓ ଭଦ୍ରକ ଜିଲ୍ଲାରେ ରାତି ପ୍ରବଳ ଗୁଳୁଗୁଳି ହୋଇପାରେ । ସେଥିପାଇଁ ଏସବୁ ଜିଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

୭ ତାରିଖ ପରେ ତାତି ଓ ଗୁଳୁଗୁଳିରୁ ସାମାନ୍ୟ ଆଶ୍ୱସ୍ତି ମିଳିବାର ସମ୍ଭାବନା ରହିଛି । ଏପ୍ରିଲ ୭ ଓ ୮ ତାରିଖ ବର୍ଷାର ପ୍ରଭାବ ଧିରେ ଧିରେ ବୃଦ୍ଧି ପାଇବ ।

Leave A Reply

Your email address will not be published.