Latest Odisha News

ଦିନ ସାଢେ ୧୧ଟାରେ ୩୯ ଡିଗ୍ରୀରେ ସିଝୁଛି ରାଜଧାନୀ

ଭୁବନେଶ୍ୱର: ଦୁଇଦିନ ହେଲା ଜଳୁଛି ସାରା ରାଜ୍ୟ । ସକାଳୁ ସକାଳୁ ତାପମାତ୍ର ଅସହ୍ୟ ହୋଇ ପଡୁଛି । ସକାଳ ୮ଟାରୁ ଘରୁ ବାହାରିବା ମୁସ୍କିଲ ହୋଇ ଯାଉଛି । ଆଜି ସକାଳ ୮ଟା ସୁ୍ଦ୍ଧା ରାଜଧାନୀରେ ତାପମାତ୍ରା ୩୨ ଡିଗ୍ରୀ ଛୁଇଁଥିବା ରେକର୍ଡ କରାଯାଇଛି । ପରେ ତାପମାତ୍ରା ବଢି ପୂର୍ବାହ୍ନ ୧୧ଟା ୩୦ ବେଳକୁ ଏହା ୩୯ ଡିଗ୍ରୀ ଛୁଇଁଥିଲା । ଦିନବୃଦ୍ଧି ସହ ତାପମାତ୍ରା ଆହୁରି ବଢିାର ସମ୍ଭାବନା ରହିଛି ।

ସକାଳୁ ସକାଳୁ ଏପରି ତାତି ଲୋକଙ୍କୁ କଲବଲ କରିଦେଲାଣି । ଖାଲି ରାଜଧାନୀ ଭୁବନେଶ୍ୱର ନୁହେଁ, ସାରା ରାଜ୍ୟରେ ତାପମାତ୍ରା ଦିନ ୧୧ଟା ୩୦ ସୁଦ୍ଧା ୩୫ ଡିଗ୍ରୀ ଉପରେ ରହିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ତଥ୍ୟ ଅନୁଯାୟୀ,  ଆଜି ଦିନ ୧୧ଟା ୩୦ ସୁଦ୍ଧା   ଭୁବନେଶ୍ୱରରେ  ୩୯ ଡ଼ିଗ୍ରୀ,  ସମ୍ବଲପୁରରେ ୩୮ ଡ଼ିଗ୍ରୀ, ଝାରସୁଗୁଡାରେ  ୩୭.୬ ଡ଼ିଗ୍ରୀ,  ଚାନ୍ଦବାଲିରେ  ୩୭.୪ ଡ଼ିଗ୍ରୀ , ବାଲେଶ୍ୱରରେ ୩୬.୮ ଡ଼ିଗ୍ରୀ,  ହୀରାକୁଦରେ ୩୬.୨ ଡ଼ିଗ୍ରୀ,  କେନ୍ଦୁଝରରେ ୩୫.୪ ଡ଼ିଗ୍ରୀ,  ଗୋପାଳପୁରରେ ୩୪ ଡ଼ିଗ୍ରୀ,  ପୁରୀରେ ୩୩.୮ ଡ଼ିଗ୍ରୀ ଏବଂ  ପାରାଦୀପରେ ୩୨.୮ ଡ଼ିଗ୍ରୀ ରେକର୍ଡ କରାଯାଇଛି । 

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟରୀ, ଆଗକୁ  ଆହୁରି ୫ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ । କାଳ ବୖେଶାଖୀର ପ୍ରଭାବ ଧୀରେ ଧୀରେ କମିବା ପରେ    ଉତ୍ତର- ଉତ୍ତର ପଶ୍ଚିମ ଦିଗରୁ ବହୁଥିବା ଶୁଷ୍କ ବାୟୁ ପ୍ରଭାବରେ ତାପମାତ୍ରା ଆହୁରି ବଢ଼ିବ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି।

ଏହାର ପ୍ରଭାବରେ  ୧୬ ତାରିଖ ଯାଏ ଏପରି ଗ୍ରୀଷ୍ମଲହରୀ ଜାରି ରହିବା ନେଇ ପାଣିପାଗ ବିଭାଗ ସତର୍କ କରାଇଛି।  ବିଶେଷ କରି ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ସମେତ ଉପକୂଳ ଜିଲ୍ଲା ଗୁଡ଼ିକରେ ତାପମାତ୍ରା ବୃଦ୍ଧି ଘଟିବ।

ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ ଗତକାଲି ଝାରସୁଗୁଡା  ସବୁଠାରୁ ଉତ୍ତପ୍ତ ସହର ଥିଲା । ଏଠାରେ ତାପମାତ୍ରା ୪୦ ଡିଗ୍ରୀ ପାର କରିଥିଲା । ଭୁବନେଶ୍ୱର ଓ ସମ୍ବଲପୁରରେ ଗତକାଲି ତାପମାତ୍ରା ୩୯.୭ ଡିଗ୍ରୀ ଥିଲା ।

 

 

 

Comments are closed.