Latest Odisha News

BREAKING NEWS

ବଲିଉଡ୍ ଦବଙ୍ଗ ସଲମାନ ଖାନ୍‌ଙ୍କୁ ପୁଣି ହତ୍ୟା ଧମକ: ଏପ୍ରିଲ ୩୦ ସୁଦ୍ଧା ସଲ୍‌ମାନଙ୍କୁ ମାରିଦେବୁ

ମୁମ୍ବାଇ: ପୁଣି ସଲମାନ ଖାନ୍‌ଙ୍କୁ ହତ୍ୟା ଧମକ। ଏପ୍ରିଲ ୩୦ ତାରିଖ ସୁଧା ସଲମାନଙ୍କୁ ମାରିଦେବୁ ବୋଲି ମିଳିଛି ଧମକ। ଗତକାଲି(ଏପ୍ରିଲ ୧୦) ରାତି ୯ଟା ବେଳେ ମୁମ୍ବାଇ ପୁଲିସ କଣ୍ଟ୍ରୋଲ୍ ରୁମ୍‌କୁ ଏଭଳି ଧମକପୂର୍ଣ୍ଣ କଲ୍‌ ଆସିଥିଲା। ପ୍ରଥମେ କଲ୍‌ରଙ୍କ ପରିଚୟ ମିଳିପାରି ନଥିଲା। ହେଲେ ଏବେ ତା ନାଁ ପୁଲିସ ଜାଣିବାକୁ ପାଇଛି।

କଲ୍ କରି ଧମକ ଦେଇଥିବା ବ୍ୟକ୍ତି ପରେ ନିଜକୁ ଯୋଧପୁର ଗୋରକ୍ଷକ ରକି ଭାଇ ବୋଲ ପରିଚୟ ଦେଇଛି। ୨୦୨୩ ଏପ୍ରିଲ ୩୦ ତାରିଖ ସୁଧା ସେ ସଲ୍‌ମାନଙ୍କୁ ହତ୍ୟା କରିଦେବ ବୋଲି ଧମକ ଦେଇଛି। ଏହି ଧମକ ପାଇବା ପରେ ମୁମ୍ବାଇ ପୁଲିସ ରକିକୁ ଧରିବାକୁ ଅଭିଯାନ ଆରମ୍ଭ କରିଥିଲା। ତେବେ ସେ କେଉଁଠାରୁ କଲ୍ କରିଥିଲା ତାର ଠିକଣା ମିଳିଯାଇଥିଲେ ବି ଗିରଫଦାରୀ ନେଇ କୌଣସି ସୂଚନା ମିଳି ନାହିଁ।

ଏହା ପୂର୍ବରୁ ମଧ୍ୟ ସଲମାନଙ୍କୁ ଅନେକ ହତ୍ୟାଧମକ ଆସି ସାରିଛି। ଏମିତିକି ପାନ୍‌ଭେଲ୍ ସ୍ଥିତ ତାଙ୍କ ବାସଭବନରେ ତାଙ୍କୁ ମାରିବାକୁ ଉଦ୍ୟମ ବି କରାଯାଇଥିଲା। ହେଲେ ବିଫଳ ହୋଇଥିଲା। ସଲମାନଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ ପୁଲିସ ଗତ ମାସରେ ଜଣଙ୍କୁ ଗିରଫ ବି କରିଥିଲା।

ନିକଟରେ ଏକ ଟିଭି ଚ୍ୟାନେଲ୍‌କୁ ସାକ୍ଷାତ୍‌କାର ଦେଇ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ପୁଣିଥରେ ସଲ୍‌ମାନଙ୍କୁ ହତ୍ୟା କରିବାର ଧମକ ଦେଇଥିଲା। ସଲ୍‌ମାନ ଯେଉଁଠି ଥାଅନ୍ତୁ ନା କାହିଁକି ତାଙ୍କୁ ହତ୍ୟା କରାଯିବ ବୋଲି ବିଷ୍ଣୋଇ କହିଥିଲା।

ଅନ୍ୟପଟେ ବାରମ୍ବାର ଏଭଳି ହତ୍ୟା ଧମକ ମିଳିବା ପରେ ସଲମାନ ଖାନ୍‌ଙ୍କ ସୁରକ୍ଷା ବଢ଼ାଇ ଦିଆଯିବ ସହ ସେ ନିଜ ସୁରକ୍ଷା ପାଇଁ ଏକ ବୁଲେଟ୍ ପ୍ରୁଫ୍ କାର୍ କିଣିଛନ୍ତି। ଏକ ନିଶାନ ପେଟ୍ରୋଲ ଏସ୍‌ୟୁଭି ବୁଲେଟ ପ୍ରୁଫ୍‌ କାର୍‌କୁ ସଲମାନ ବିଦେଶରୁ ମଗାଇଛନ୍ତି। କାରଣ ଏହି କାର୍ ଭାରତରେ ଉପଲବ୍ଧ ନାହିଁ।

ଫିଲ୍ମ ପ୍ରମୋସନ୍‌ରେ ବ୍ୟସ୍ତ ଭାଇଜାନ

ସୂଚନା ଥାଉକି ଚଳିତ ବର୍ଷ ଏପ୍ରିଲ ୨୧ ତାରିଖରେ ଲଞ୍ଚ ହେବାକୁ ଯାଉଛି ସଲ୍‌ମାନଙ୍କ ଫିଲ୍ମ କିସି କା ଭାଇ କିସି କି ଜାନ।  ସଲମାନ ବର୍ତ୍ତମାନ ଏହାର ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି।  ଗତକାଲି ମୁମ୍ବାଇରେ ଏହାର ପ୍ରମୋସ୍‌ନାଲ ଇଭେଣ୍ଟ ହୋଇଥିଲା। ସଲମାନ ସାଥି କଳାକାରଙ୍କ ସହ ରେଡ୍ କାର୍ପେଟ୍‌ରେ ନଜର ଆସିଥିଲେ।

କିସି କା ଭାଇ କିସି କି ଜାନ ଫିଲ୍ମର ନିର୍ଦ୍ଦେଶନା ଫରହାଦ ସାମ୍‌ଜୀ ଦେଇଥିବା ବେଳେ ଏଥିରେ ପୂଜା ହେଗ୍‌ଡ଼େ,ଶେହେନାଜ୍ ଗିଲ, ରାଘବ ଜୁୟାଲ, ଜେସୀ ଗିଲ, ସିଦ୍ଧାର୍ଥ ନିଗମ, ଭୂମିକା ଚାୱଲା ଆଦି ଅଭିୟନ କରିଛନ୍ତି। ପ୍ରମୋସ୍‌ନାଲ ଇଭେଣ୍ଟରେ ଏହି କଳାକାର୍‌ମାନେ ମଧ୍ୟ ଯୋଗ ଦେଇଥିଲେ। ଏହି ଫିଲ୍ମରେ ସ୍ୱତନ୍ତ୍ର ଭାବେ ନଜର ଆସିବେ ଦକ୍ଷିଣ ଷ୍ଟାର୍ ରାମ ଚରଣ, ବେଙ୍କେଟେଶ ଡାକୁବାଟି ଏବଂ ଭାଗ୍ୟଶ୍ରୀ।

Leave A Reply

Your email address will not be published.