Latest Odisha News

BREAKING NEWS

ରୁଷର ଭୟଙ୍କର ଆଗ୍ନେୟଗିରିରୁ ଲାଭା ଉଦଗୀରଣ

ମସ୍କୋ:ରୁଷ-ୟୁକ୍ରେନ ଯୁଦ୍ଧ ଚାଲିଥିବା ବେଳେ ଆଉ ଏକ ବିପଦ ଉଭା ହୋଇଛି । ରୁଷର ସବୁଠାରୁ ବିପଦପୂର୍ଣ୍ଣ ଆଗ୍ନେୟଗିରି ଶିବଲୁଚରୁ ଲାଭା ଉଦଗୀରଣ ହେବା ଆରମ୍ଭ ହୋଇଛି । ୧୦ କିଲୋମିଟର ପର୍ଯ୍ୟନ୍ତ ଲାଭା ଏବଂ ଧୂଆଁ ବ୍ୟାପି ସାରିଛି । ବିମାନ ଚଳାଚଳରେ ବିପଦ ଆଶଙ୍କା ଥିବାରୁ ଏହି ରୁଟକୁ ଏବେ ସାମୟିକ ଭାବେ ବାତିଲ କରାଯାଇଛି । ଜ୍ୱାଳାମୁଖୀରୁ ବଡ ଧରଣର ବିସ୍ଫୋରଣ ହୋଇପାରେ ବୋଲି ଚେତାବନୀ ଜାରୀ କରାଯାଇଛି । କାମଚାଟକାର ଏହି ଆଗ୍ନେୟଗିରିିର ଉଚ୍ଚତା ୧୦,୭୭୧ ଫୁଟ । ୧୦ ହଜାର ବର୍ଷ ମଧ୍ୟରେ ଏହା ୬୦ ଥର ଭୟଙ୍କର ବିସ୍ଫୋରଣ କରି ସାରିଛି ।

BjdElectrycity

୨୦୦୭ରେ ହୋଇଥିବା ବିସ୍ଫୋଟ ସବୁଠାରୁ ବଡ ଭାବେ ବିବେଚନା କରାଯାଏ । ଆଗ୍ନେୟଗିରି ଭିତରେ ଲାଭାର ପରିମାଣ ବଢ଼ୁଥିବାରୁ ଆଗକୁ ବଡ ବିପଦ ସୃଷ୍ଟି ହୋଇପାରେ ବୋଲି ଆଶଙ୍କ କରାଯାଉଛି । ଏହାର ନିକଟସ୍ଥ ଜନବସତିକୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.