ନୂଆଦିଲ୍ଲୀ: ବାଜା ବାଜୁଥିଲା । ନାଚଗୀତ ମଧ୍ୟ ହେଉଥିଲା । ବରବେଶରେ ସଜ୍ଜେଇ ମଧ୍ୟ ହୋଇଥିଲେ ବର । ଠିକ୍ ସମୟରେ ମଣ୍ଡପରେ ପହଞ୍ôଚଥିଲେ ବର ସହ ବରଯାତ୍ରୀ । ସେଠାରେ କନ୍ୟା ଘର ପକ୍ଷରୁ ବରକୁ ସ୍ୱାଗତ ମଧ୍ୟ କରାଗଲା । ହେଲେ ବର ବଦଳରେ ଥିଲା ବରଙ୍କ ଫଟୋ ଚିତ୍ର । ଏମିତି ଏକ ଅଜବ ବିବାହ ଉତ୍ସବ ଆୟୋଜିତ ହୋଇଛି ମିରଟ୍ରେ,ଯାହା ଆପଣ କେବେ ଦେଖି ନ ଥିବେ ବା ଶୁଣି ନ ଥିବେ । ବୁଧବାର ଧୁମ୍ଧାମ୍ରେ ପାଳିତ ହୋଇଥିଲା ଏହି ନିଆରା ବାହାଘର । ଦୀର୍ଘ ୧୭ ବର୍ଷ ପୂର୍ବେ ମୃତ୍ୟୁବରଣ କରିଥିବା ୪ ପିଲାଙ୍କର ଏଭଳି ବିବାହ ଉତ୍ସବ ଆୟୋଜନ ହୋଇଥିଲା । ସେଥିମଧ୍ୟରେ ଦୁଇ ଜଣ ପୁଅ ଥିବା ବେଳେ ଦୁଇ ଜଣ ଝିଅ ମଧ୍ୟ ଥିଲେ ।
ମିରଟ୍ର ରାଜବୀରଙ୍କ ଝିଅ ରୂପାଙ୍କ ମୃତୁୁ୍ୟ ୧୭ ବର୍ଷ ପୂର୍ବେ ହୋଇଥିଲା । ସେତେବେଳେ ରୂପାଙ୍କ ବୟସ ମାତ୍ର ୫ ବର୍ଷ ଥିଲା । ସେହିପରି ତାଙ୍କ ପଡ଼ୋଶୀ ମୁନେଶଙ୍କ ଝିଅ ପାୟଲର ମଧ୍ୟ ଏହି ସମୟରେ ମୃତ୍ୟୁ ହୋଇଥିଲା । ଏହାବାଦ୍ ବାବନପୁର ନିକଟ ଆଲମପୁର ଗାଁର ଅକ୍ଷୟ ଓ ଗୋବିନ୍ଦାଙ୍କ ପୁଅଙ୍କର ୬ ବର୍ଷ ବୟସରେ ମୃତ୍ୟୁ ହୋଇଥିଲା । ଆଲମପୁରରୁ ଏହି ଦୁଇ ଜଣଙ୍କ ଫଟୋକୁ ବର ବେଶରେ ସଜାଯାଇ ନାଚଗୀତ ରୋଶଣି ଭିତରେ ବରଯାତ୍ରୀ ଆସି ପହଞ୍ôଚଥିଲେ ମଣ୍ଡପରେ । ସେଠାରେ ମୃତ ରୂପା ଓ ପାୟଲଙ୍କ ଫଟୋକୁ କନ୍ୟା ବେଶରେ ସଜ୍ଜିତ କରାଯାଇ ତାଙ୍କ ଘର ଲୋକ ମଣ୍ଡପରେ ବରକୁ ସ୍ୱାଗତ କରିଥିଲେ । ପରମ୍ପରା ଅନୁଯାୟୀ ସମସ୍ତ ରୀତିନୀତିରେ ବିବାହ ଆୟୋଜନ କରାଯାଇଥିଲା । ଏହି ଉତ୍ସବରେ ଉଭୟ ବରକନ୍ୟା ପରିବାର ଲୋକଙ୍କ ସମେତ ବନ୍ଧୁବାନ୍ଧବ ଓ ପରିଜନ ସାମିଲ ହୋଇଥିଲେ । ପରେ ଭୋଜିଭାତର ମଧ୍ୟ ଆୟୋଜନ କରାଯାଇଥିଲା । ବିବାହ ପରେ ବରକନ୍ୟାଙ୍କୁ ବିଦାୟ ମଧ୍ୟ କରାଯାଇଥିଲା । ଏଠାକାର ଲୋକେ ଏହି ପରମ୍ପରାକୁ କେଉଁ କାଳରୁ ମାନି ଆସୁଛନ୍ତି । ଗ୍ରାମର ମୁଖିଆଙ୍କ କହିବା କଥା ହେଲା , ଏହି ପରମ୍ପରା ସେହି ଗାଁର ସ୍ୱତନ୍ତ୍ର । ଗାଁର ଯଦି କୌଣସି ଝିଅର କମ୍ ବୟସରୁ ମୃତ୍ୟୁ ହୋଇଯାଏ ସେ ସାବାଳିକା ହେବା ପରେ ଗାଁର ମୃତ୍ୟୁବରଣ କରିଥିବା ପୁଅ ସହ ଧୁମ୍ଧାମ୍ରେ ବିବାହ କରାଯାଇଥାଏ । ଏଥିପାଇଁ ବର ଖୋଜା ମଧ୍ୟ ହୋଇଥାଏ ।
BREAKING NEWS
- NCBର ବଡ଼ କାର୍ଯ୍ୟାନୁଷ୍ଠାନ; ୮୧୩କିଲୋ ଗଞ୍ଜେଇ ଜବତ, ତିନି ଗିରଫ
- ବିଜୟ ଉତ୍ସବରେ ଅଘଟଣ; ବାଣ ଫୁଟି କନଷ୍ଟେବଳ ଗୁରୁତର
- Gopalpur Beach Festival: ଗୋପାଳପୁର ବେଳାଭୂମି ମହୋତ୍ସବ ତାରିଖ ଘୁଞ୍ଚିଲା;୨୨ ନୁହେଁ …
- ବଡ଼ ଧରଣର ଡକାୟତି ଯୋଜନାକୁ ଫେଲ କଲା ପୋଲିସ; ୫ ଡକାୟତ ଗିରଫ
- ଆହୁରି ୩ ଦିନ କଲବଲ କରିବ ଶୀତ…
- Men’s Hockey India League 2026: କଳିଙ୍ଗର କ୍ରମାଗତ ଚତୁର୍ଥ ବିଜୟ ;ପରବର୍ତ୍ତୀ ମ୍ୟାଚ ଭୁବନେଶ୍ବରରେ…
- ମିଚେଲଙ୍କ ଶତକ ଆଗରେ ଫିକା ପଡିଲା ରାହୁଲଙ୍କ ପ୍ରଦର୍ଶନ: ସିରିଜ ବରାବର କଲା ନ୍ୟୁଜିଲାଣ୍ଡ
- ଶାନ୍ତି ଓ ଅହିଂସାର ବାର୍ତ୍ତା ଦେଉଛି ଉଦୟଗିରିରେ ଆୟୋଜିତ ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ; ବୌଦ୍ଧ ଧର୍ମ ପୁସ୍ତକ ଉନ୍ମୋଚିତ
- ୧୩ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ; ଜଣେ ଅଭିଯୁକ୍ତ ଗିରଫ
- ମଜଭୁତ ହେଉଛି ଭାରତୀୟ ପାସପୋର୍ଟ; ଏବେ ୫୫ ଦେଶରେ ଭିସା ଫ୍ରି ଏଣ୍ଟ୍ରି…
Comments are closed.