Latest Odisha News

BREAKING NEWS

ଭାଇଙ୍କ ସହ ଇଡି ନିକଟରେ ହାଜର ହେଲେ ରିୟା

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସ୍ୱୱିକ୍ ଚକ୍ରବର୍ତ୍ତୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିକଟରେ ହାଜର ହୋଇଛନ୍ତି ।

ଯେଉଁଠାରେ ଘଟଣା ସମ୍ପର୍କରେ ତାଙ୍କର ବୟାନ ରେକର୍ଡ କରାଯିବ ।

ନିକଟ ଅତୀତରେ ସୁଶାନ୍ତଙ୍କ ପିତା କେ କେ ସିଂହ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ବିରୋଧରେ ବିହାର ପୋଲିସ ପାଖରେ ଏଫଆଇଆର୍ ଦାଏର କରିଥିଲେ । ଏପରିକି ରିୟା ସୁଶାନ୍ତଙ୍କ ୧୫ କୋଟି ଟଙ୍କା ନେଇ ଯାଇଥିବା ଏବଂ ତାଙ୍କୁ ଆତ୍ମହତ୍ୟା ଲାଗି ଉସୁକାଇ ଥିବା ଭଳି ସଙ୍ଗୀନ ଅଭିଯୋଗ କରିଥିଲେ ।

ପରବର୍ତ୍ତୀ ସମୟରେ ଇଡି ପକ୍ଷରୁ ମନି ଲଣ୍ଡରିଂ ନେଇ ଏକ ମାମଲା ରୁଜୁ କରାଯାଇଥିଲା । ଏପରିକି ଇଡି ନିକଟରେ ହାଜର ହେବା ପାଇଁ ରିୟାଙ୍କୁ କୁହାଯାଇଥିଲା ।

ସୂଚନାଯୋଗ୍ୟ, ବଲିଉଡର ଚର୍ଚ୍ଚିତ ତଥା ସଫଳ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଗତ ଜୁନ୍ ୧୪ ତାରିଖରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ବାସଭବନରେ ଆତ୍ମହତ୍ୟା କରିଥିଲେ ।

Leave A Reply

Your email address will not be published.