Latest Odisha News

BREAKING NEWS

ମହାରାଷ୍ଟ୍ର ଔରଙ୍ଗାବାଦରେ ସପ୍ତାହାନ୍ତ ଲକ୍‌ଡାଉନ୍‌ ଲଗାଇବାକୁ ସରକାରଙ୍କ ଘୋଷଣା

ମୁମ୍ବାଇ : ଦେଶରେ ବଢ଼ୁଛି କରୋନା ସଂକ୍ରମଣ । ଦିଲ୍ଲୀ ଓ ମହାରାଷ୍ଟ୍ର ସମେତ କିଛି ରାଜ୍ୟରେ ବଢ଼ିବାରେ ଲାଛି କଂରୋନାର ପ୍ରକୋପ । କରୋନା ସଂକ୍ରମଣ ବୃଦ୍ଧି ମାମଲାରେ ମହାରାଷ୍ଟ୍ର ତାଲିକାରେ ଶୀର୍ଷରେ ରହିଥିବା ବେଳେ, ସଂକ୍ରମଣ ନିୟନ୍ତ୍ରଣକୁ ନେଇ ଚିନ୍ତା ବଢ଼ିଛି । ଏଥିପାଇଁ ମହାରାଷ୍ଟ୍ର ସରକାର କଡ଼ା ପଦକ୍ଷେପ ଗ୍ରହଣ କରୁଛନ୍ତି । ମହାରାଷ୍ଟ୍ରର ଔରଙ୍ଗାବାଦରେ ମହାମାରୀ ବ୍ୟାପୁଥିବାରୁ ଏଠାରେ ସପ୍ତାହାନ୍ତ ଲକ୍‌ଡାଉନ୍‌ ଲଗାଇବାକୁ ସରକାର ଘୋଷଣା କରିଛନ୍ତି ।

କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ୧୧ ମାର୍ଚ୍ଚରୁ ୪ ଏପ୍ରିଲ ପର୍ଯ୍ୟନ୍ତ ଔରଙ୍ଗାବାଦରେ ରାତ୍ରିକାଳୀନ ପ୍ରତିବନ୍ଧକ ଲଗାଯିବ । ଏପରିକି ସପ୍ତାହାନ୍ତରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ରେ ରହିବ ପୂରା ସହର । ଏହି ସମୟରେ ସ୍କୁଲ, କଲେଜ, ବିବାହ ମଣ୍ଡପ ମଧ୍ୟ ବନ୍ଦ ରହିବ । ପୂର୍ବରୁ ମହାରାଷ୍ଟ୍ରର ଅମରାବତୀ, ଅକୋଲା, ଅକୋଟ ଏବଂ ସୁରଜିତାପୁରରେ ଲକ୍‌ଡାଉନ୍‌ ଲାଗୁ କରିବାକୁ ନିଷ୍ପତ୍ତି ହୋଇଥିଲା ।

Leave A Reply

Your email address will not be published.