Latest Odisha News

BREAKING NEWS

ଫେରୁଛି କଡ଼ା କଟକଣା: ଶୁକ୍ରବାରଠୁ ଏହି ରାଜ୍ୟରେ ସପ୍ତାହାନ୍ତ କର୍ଫ୍ୟୁ

ବେଙ୍ଗାଳୁରୁ: ବଢୁଛି ସଂକ୍ରମଣ । କଟକଣା ବି ବଢୁଛି । ବିଭିନ୍ନ ରାଜ୍ୟରେ କଡ଼ାକଡ଼ି ହେଲାଣି କର୍ଫ୍ୟୁ । କରୋନା କେସ୍ ବଢୁଥିବାରୁ ଦିଲ୍ଲୀ ପରେ କର୍ଣ୍ଣାଣ୍ଟକରେ ଲାଗିବ ସପ୍ତାହାନ୍ତ କର୍ଫ୍ୟୁ । ରାଜ୍ୟରୁ ୧୪୯ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ପରେ ସପ୍ତାହାନ୍ତ କର୍ଫ୍ୟୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ସରକାର ।

ପୂର୍ବରୁ କର୍ଣ୍ଣାଟକରେ ଲାଗିଥିଲା ନାଇଟକର୍ଫ୍ୟୁ । ଶୁକ୍ରବାରଠାରୁ ସପ୍ତାହାନ୍ତ କର୍ଫ୍ୟୁ ଲାଗିବ । ଶୁକ୍ରବାର ରାତି ୧୦ଟାରୁ ସୋମବାର ଭୋର ୫ଟା ଯାଏ କର୍ଫ୍ୟୁ ବଳବତ୍ତର ରହିବ । ତେବେ ଏହି ସମୟରେ ଜରୁରିକାଳୀନ ସେବା, ପରିବହନ ଓ ହୋଟେଲ୍ ଆଦି ଜାରି ରହିବ ।

ସେହିପରି କେରଳ, ଗୋଆ, ମହାରାଷ୍ଟ୍ରରୁ ଆସୁଥିବା ଲୋକଙ୍କ ପାଇଁ କୋଭିଡ୍ ଆରଟିପିସିଆର୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ଓମିକ୍ରନ୍ ୫ ଗୁଣା ସ୍ପିଡରେ ବ୍ୟାପୁଛି । କର୍ଣ୍ଣାଟକରେ ପୂର୍ବ ଅପେକ୍ଷା ସଂକ୍ରମଣ ଦୁଇ ଗୁଣା ଅଧିକ ହୋଇଛି । ସଂକ୍ରମଣ ବଢୁଥିବାରୁ କଟକଣା କଡ଼ାକଡ଼ି ହୋଇଛି ।

Leave A Reply

Your email address will not be published.