Latest Odisha News

BREAKING NEWS

ଚଳିତବର୍ଷର ପ୍ରଥମ ରାଜ୍ୟ କ୍ୟାବିନେଟ୍, ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିବ ମୋହର

ଭୁବନେଶ୍ୱର: ଆଜି ବସୁଛି ଚଳିତବର୍ଷର ରାଜ୍ୟ କ୍ୟାବିନେଟର ପ୍ରଥମ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଦିନ ୧୧ଟା ୪୫ ମିନିଟରେ ବୈଠକ ବସିବ । ଭିଡିଓ କନଫରେନ୍ସିଂରେ କ୍ୟାବିନେଟ ବୈଠକରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ । ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ବାଜିପାରେ ।

ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ରହଛି । ଖୁବଶୀଘ୍ର ରାଜ୍ୟ ନିର୍ବାଚନ କମିଶ ପଞ୍ଚାୟତ ନିର୍ବାଚନ ନେଇ ତାରିଖ ଘୋଷଣା କରି ପାରନ୍ତି । ତାପୂର୍ବରୁ ଆଜିର ବୈଠକରେ କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି ସରକାର । ବିଶେଷ କରି ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ୍, କୃଷି, ମହିଳା ସଶକ୍ତିକରଣ ବିଭାଗକ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ମାରିପାରେ ରାଜ୍ୟ କ୍ୟାବିନେଟ୍ ।

Leave A Reply

Your email address will not be published.