Latest Odisha News

BREAKING NEWS

ଯାଜପୁର ଜିଲ୍ଲାର ସମସ୍ତ ପଞ୍ଚାୟତରେ ସପ୍ତାହାନ୍ତ ସଟଡାଉନ୍

ଯାଜପୁର : ରାଜ୍ୟରେ ଦ୍ରୁତ ଗତିରେ ବ୍ୟାପୁଛି କରୋନା ସଂକ୍ରମଣ । ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବଢ଼ି ଚାଲିଥିବାରୁ କଟକଣା ଲଗାଇଲେଣି ପ୍ରଶାସନ । ସଂକ୍ରମଣକୁ ରୋକିବା ପାଇଁ ନାଇଟ୍ କର୍ଫ୍ୟୁ ଜାରି ରହିଥିବା ବେଳେ, ସପ୍ତାହାନ୍ତ ସଟଡାଉନ୍ କଟକଣା ଲଗାଇଛି ପ୍ରଶାସନ । ତେବେ ଏହି କ୍ରମରେ ଯାଜପୁରରେ ସମସ୍ତ ପଞ୍ଚାୟତରେ ସପ୍ତାହାନ୍ତ ସଟଡାଉନ ଘୋଷଣା କରାଯାଇଛି । କରାନାର ପ୍ରଭାବକୁ ଦୃଷ୍ଟିରେ ଜିଲ୍ଲାର ୩୧୧ଟି ପଞ୍ଚାୟତର ସରପଞ୍ଚମାନେ ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ୍ ଘୋଷଣା କରିଛନ୍ତି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲାପାଳ ।

ସଟଡାଉନ ସମୟରେ ଡାକ୍ତରଖାନା, ନର୍ସିଂ ହୋମ୍ ଓ ଔଷଧ ଦୋକାନ ଖୋଲା ରହିବ । ସ୍ବାସ୍ଥ୍ୟସେବାରେ ନିୟୋଜିତ ଡାକ୍ତର, ସ୍ବାସ୍ଥ୍ୟକର୍ମୀଙ୍କ ଯାତାୟତ ପାଇଁ ଅନୁମତି ମିଳିବ । ସେହିପରି ସରକାରୀ କାର୍ଯ୍ୟାଳୟ, ପୋଲିସ ଓ ଅଗ୍ନିଶମ ସେବା ଅଫିସ୍ ଖୋଲା ରହିବ ।

ପେଟ୍ରୋଲ ପମ୍ପ, ଏଲପିଜି ଯୋଗାଣ, ଜଳଯୋଗାଣ, ବିଦ୍ୟୁତ୍ ଯୋଗାଣ, ଗ୍ରୋସରି ଦୋକାନ, ଖବର କାଗଜ ଯୋଗାଣ ଜାରି ରହିବ । ତେବେ ଜାତୀୟ ରଜାପଥ, ରାଜ୍ୟ ରାଜପଥ ଓ ରାସ୍ତାକଡ଼ରେ ଥିବା ଢ଼ାବା ଖୋଲାରହିବ । କିନ୍ତୁ ଏଠାରେ କେହି ବସି ଖାଇପାରିବେ ନାହିଁ । କେବଳ ପାର୍ସଲରେ ଖାଦ୍ୟ ନେିପାରିବେ ଲୋକ । ମାସ୍କ ପିନ୍ଧିବା ଉପରେ ଗୁରୁତ୍ବ ଦିଆଯାଇଛି । ଯେଉଁମାନେ ଏହି ସମୟରେ ନିୟମର ଖିଲାପ କରିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ କହିଛି ।

Leave A Reply

Your email address will not be published.