Latest Odisha News

BREAKING NEWS

ପଶ୍ଚିମ ଏସିଆ ସଙ୍କଟ ପ୍ରଭାବ: ସରକାରୀ ଗାଡ଼ି ବ୍ୟବହାର ଉପରେ ଓଡ଼ିଶା ସରକାରଙ୍କ କଡ଼ା କଟକଣା, କେବଳ ‘ଇଭି’ କିଣିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ଥିବା ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ବା ଏମ୍ସ ପରିସରରେ ଏକ ବଡ଼ଧରଣର ଅସନ୍ତୋଷ ଦେଖାଦେଇଛି। ବକେୟା ଦରମା ପାଇବା ଏବଂ ଇପିଏଫ୍ ଟଙ୍କା ଜମା ନହେବା ପ୍ରତିବାଦରେ ସଂସ୍ଥାରେ କାର୍ଯ୍ୟରତ ପ୍ରାୟ ୪୪୦ ଜଣ ସୁରକ୍ଷାକର୍ମୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଏମ୍ସର ପ୍ରଶାସନିକ ଭବନ ସମ୍ମୁଖରେ ସେମାନେ ଏକାଠି ହୋଇ ନିଜର ହକ୍ ପାଇଁ ନାରାବାଜି କରିବା ସହ ଧାରଣା ଦେଇଛନ୍ତି।

 

ଆନ୍ଦୋଳନକାରୀଙ୍କ ପ୍ରମୁଖ ଅଭିଯୋଗ ଅନୁଯାୟୀ ସେମାନଙ୍କକୁ ନିୟୋଜିତ କରିଥିବା ସମ୍ପୃକ୍ତ ଘରୋଇ ଆଉଟସୋର୍ସିଂ ଏଜେନ୍ସି ଦୀର୍ଘ ମାସ ଧରି ସେମାନଙ୍କର ପ୍ରାପ୍ୟ ଦରମା ପ୍ରଦାନ କରିନାହିଁ। ଏହା ସହିତ ପ୍ରତି ମାସରେ ସେମାନଙ୍କ ଦରମାରୁ ଭବିଷ୍ୟ ନିଧି ପାଣ୍ଠି ବା ଇପିଏଫ୍ ବାବଦକୁ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ କାଟି ନିଆଯାଉଛି। କିନ୍ତୁ ବାସ୍ତବରେ ସେହି ଅର୍ଥ ସେମାନଙ୍କର ବ୍ୟକ୍ତିଗତ ପିଏଫ୍ ଆକାଉଣ୍ଟରେ ଜମା କରାଯାଉ ନାହିଁ। ବାରମ୍ବାର ଏ ସଂକ୍ରାନ୍ତରେ ଦାବି ସତ୍ତ୍ୱେ ସଂସ୍ଥା କୌଣସି ପଦକ୍ଷେପ ନେଇନାହିଁ।

 

ଏହି ସାଙ୍ଘାତିକ ଆନ୍ଦୋଳନ କାରଣରୁ ମେଡିକାଲର ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ଶୃଙ୍ଖଳା ରକ୍ଷା କ୍ଷେତ୍ରରେ କିଛି ସମୟ ପାଇଁ ବଡ଼ ସମସ୍ୟା ଉପୁଜିଥିଲା। ବିଶେଷ କରି ଓପିଡି ଏବଂ ଜରୁରୀକାଳୀନ ବିଭାଗ ନିକଟରେ ହଜାର ହଜାର ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଉପସ୍ଥିତ ଥିବାରୁ ଭିଡ଼ ବ୍ୟବସ୍ଥା ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡ଼ିଥିଲା। ଏହି ସମ୍ବେଦନଶୀଳ ସ୍ବାସ୍ଥ୍ୟ ଅନୁଷ୍ଠାନର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏମ୍ସର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ସୁରକ୍ଷାକର୍ମୀଙ୍କ ସହ ଜରୁରୀକାଳୀନ ଆଲୋଚନା କରିଛନ୍ତି। ଖବର ଲେଖା ହେବା ସୁଦ୍ଧା ଏମ୍ସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Leave A Reply

Your email address will not be published.