Latest Odisha News

BREAKING NEWS

ଆ’ ଜହ୍ନରେ ଲେଖିବା ନାଁ: ଜହ୍ନ ରାଇଜରେ ଜାଗା କିଣି ପତ୍ନୀଙ୍କୁ ଉପହାର ଦେଲେ ପଶ୍ଚିମବଙ୍ଗର ଯୁବକ

“ଜହ୍ନ ରାଇଜରେ ଜାଗାଟେ କିଣିଛି…ତାରା ଫୁଲରେ ଘରଟେ କରିଛି ।” ସୁପରହିଟ୍ ଆଲବମର ଏହି ଗୀତ ଏବେ ବାସ୍ତବରେ ରୂପାନ୍ତରିତ ହୋଇଛି । ବିଜ୍ଞାନର ଅଗ୍ରଗତି, ବୈଜ୍ଞାନିକମାନଙ୍କ ନିରବଚ୍ଛିନ୍ନ ପ୍ରୟାସ ଓ ଆଧୁନିକ ଜ୍ଞାନ କୌଶଳ ବଳରେ ଆଜି ମଣିଷ ଚନ୍ଦ୍ରପୃଷ୍ଠରେ କେବଳ ପହଞ୍ଚି ନାହିଁ ସେଠାରେ ଜମି ମଧ୍ୟ କିଣିଛି । ଦିନେ ଯାହା ଜହ୍ନମାମୁଁର ଗପ ଥିଲା ଆଜି ସେଠାରେ ମଣିଷ ରହିବା ପାଇଁ ସଜବାଜ ହେଉଛି । ନିଜର ପ୍ରେମ ପାଇଁ ହେଉ କି ପରିବାର ପାଇଁ ଜହ୍ନ ରାଇଜରେ ଜାଗା କିଣିବା ଖବର ବିଗତ ଦିନରେ ଅନେକ ଆସିଛି । ସେହିଭଳି ଏକ ଖବର ଏବେ ଆସିଛି ପଶ୍ଚିମବଙ୍ଗର ଝାରଗ୍ରାମ ଜିଲ୍ଲାରୁ ।

ସୂଚନା ଅନୁସାରେ, ଝାରଗ୍ରାମ ଜିଲ୍ଲାର ସଞ୍ଜୟ ମହାଟୋ ନାମକ ଜଣେ ଯୁବକ ବିବାହ ପୂର୍ବରୁ ତାଙ୍କ ସ୍ତ୍ରୀଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ପୁରଣ କରିବାକୁ ଯାଇ ଜହ୍ନ ରାଇଜରେ ନିଜ ପତ୍ନୀଙ୍କ ନାମରେ ଏକ ଏକର ଜାଗା କିଣି ଏବେ ଚର୍ଚ୍ଚାରେ ଅଛନ୍ତି । ଚନ୍ଦ୍ର ପୃଷ୍ଠରେ ଜାଗା କିଣି ନିଜ ପତ୍ନୀଙ୍କୁ ଜନ୍ମଦିନର ଭେଟି ଦେଇଛନ୍ତି ଯୁବକ ସଞ୍ଜୟ ମହାଟୋ । ସଞ୍ଜୟ ତାଙ୍କ ସାଙ୍ଗଙ୍କ ସହାୟତାରେ ଲୁନା ସୋସାଇଟି ଇଣ୍ଟରନ୍ୟାସନାଲ ମାଧ୍ୟମରେ ସେ ଜାଗା କିଣିଥିଲେ ।  ଏ ସମସ୍ତ ପ୍ରକ୍ରିୟା ଶେଷ ହେବାକୁ ତାଙ୍କୁ ପାଖାପାଖି ଏକବର୍ଷ ଲାଗିଥିବା ନେଇ କହିଛନ୍ତି ସଞ୍ଜୟ । ତେବେ ଏଥିପାଇଁ ତାଙ୍କୁ ଖର୍ଚ୍ଚ କରିବାକୁ ପଡିଛି ମାତ୍ର ଦଶ ହଜାର ଟଙ୍କା ।

ଏନେଇ ସଞ୍ଜୟ କହିଛନ୍ତି ଯେ, ମୁଁ ଆଉ ମୋ ପତ୍ନୀ ପ୍ରେମ ବିବାହ କରିଥିଲୁ । ଗତ ଏପ୍ରିଲ ମାସରେ ଆମର ବିବାହ ହୋଇଥିଲା । ମୁଁ ତାଙ୍କୁ ଜହ୍ନ ଆଣିଦେବା ପାଇଁ ବିବାହ ପୂର୍ବରୁ ପ୍ରତିଜ୍ଞା କରିଥିଲି । ଆଇ ଏବେ ସେ ପ୍ରତିଜ୍ଞାକୁ ପୂରଣ କରିବାକୁ ଯାଇ ତାଙ୍କୁ ତାଙ୍କ ଜନ୍ମଦିନରେ ଚନ୍ଦ୍ର ପୃଷ୍ଠରେ ଏକ ଏକର ଜାଗା କିଣି ଗିଫ୍ଟ ଭାବରେ ଦେଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଉପହାର କିଣିବା ପାଇଁ ସେ ଚନ୍ଦ୍ରଯାନ-୩ ମିଶନର ସଫଳତାରୁ ପ୍ରେରଣା ପାଇଥିଲେ ​​| ଯଦିଓ ସେ ସମଗ୍ର ଚନ୍ଦ୍ରକୁ ଉପହାରରେ ଦେଇପାରିବେନି ମାତ୍ର ଚନ୍ଦ୍ରର ଏକ ଅଂଶ ତାଙ୍କ ପତ୍ନୀଙ୍କୁ ଉପହାରରେ ଦେଇପାରିବେ | ତେଣୁ, ସଞ୍ଜୟ ତାଙ୍କ ସାଙ୍ଗଙ୍କ ସହାୟତାରେ ଲୁନା ସୋସାଇଟି ଇଣ୍ଟରନ୍ୟାସନାଲ ମାଧ୍ୟମରେ ସେ ଜାଗା କିଣିଥିଲେ ।

ସୂଚନାଯୋଗ୍ୟ ଯେ, ୨୦୨୦ ମସିହାରେ ନିଜର ପ୍ରାଣପ୍ରିୟା ପତ୍ନୀକୁ ଖୁସି କରିବା ପାଇଁ ରାଜସ୍ଥାନ ଅଜମେରର ଜଣେ ଯୁବକ ଧର୍ମେନ୍ଦ୍ର ଅନିଜା ନିଜର ବିବାହ ବାର୍ଷିକୀର ତାଙ୍କ ପତ୍ନୀଙ୍କ ନାମରେ ଜହ୍ନରେ ଜାଗା କିଣି ଉପହାର ସ୍ଚରୁପ ଦେଇଥିଲେ । ସେହିପରି ୨୦୨୧ରେ ନିଜର ଝିଅ ଓ ପତ୍ନୀଙ୍କ ପାଇଁ ଜହ୍ନ ରାଇଜରେ ଜାଗା କିଣି ଉପହାର ଦେଇଥିଲେ ଢେଙ୍କାନାଳର ଯୁବକ ପ୍ରବୀର ପ୍ରଧାନ । ସବୁଠାରୁ ବଡକଥା ହେଲା ଯେ ୨୦୧୮ ମସିହାରେ ସ୍ଵର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ଜହ୍ନ ରାଇଜରେ ଜାଗାଟିଏ କିଣିଥିଲେ । ଯାହା ଏବେ “ Sea Of Muscovy” ନାମରେ ପରିଚିତ ।

Leave A Reply

Your email address will not be published.