Latest Odisha News

BREAKING NEWS

କୋହଳ ହେଲା କରୋନା କଟକଣା; ବିବାହରେ ସର୍ବାଧିକ ୨୦୦ଙ୍କୁ ଅନୁମତି

କୋଲକାତା: ପଶ୍ଚିମବଙ୍ଗ ସରକାର ଶନିବାର ଦିନ କରୋନା କଟକଣାରେ କୋହଳ କରିଛନ୍ତି। ପଶ୍ଚିମବଙ୍ଗ ସରକାର ବିବାହ କାର୍ଯ୍ୟକ୍ରମରେ ସର୍ବାଧିକ ୨୦୦ ଅତିଥିଙ୍କ ପ୍ରବଶେକୁ ଅନୁମତି ଦେଇଛନ୍ତି। ଏହାସହିତ ଖୋଲା ସ୍ଥାନରେ ମେଳା ଏବଂ ମେଲା ଅନୁମତି ଦିଆଯାଇଛି।

ଜାନୁୟାରୀ ୧୫ ରେ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ କୋଭିଡ-୧୯ ମହାମାରୀର ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ବର୍ତ୍ତମାନର ପ୍ରତିବନ୍ଧକକୁ ବଳବତ୍ତର ରଖିବା ସହ ଆବଶ୍ୟକ ଅନୁଯାୟୀ କୋହଳ କରିବାକୁ ପରାମର୍ଶ ଦେଇଛି।

ଶାରୀରିକ ଦୂରତା ବଜାୟ ରଖିବା ସହିତ ମାସ୍କ ପିନ୍ଧିବାକୁ ମଧ୍ୟ ଏଥିରେ କୁହାଯାଇଛି।

ଏହି ନିର୍ଦ୍ଦେଶନାମାକୁ କଡାକଡି ପାଳନ କରିବାକୁ ଜିଲ୍ଲା ପ୍ରଶାସନ, ପୋଲିସ କମିଶନର ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିୟମ ଉଲ୍ଲଂଘନ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

Comments are closed.