Latest Odisha News

ସାହିତ୍ୟ କୃତି ମାଧ୍ୟମରେ ଓଡ଼ିଶାର ସାଂସ୍କୃତିକ ଇତିହାସରେ ବ୍ୟାସକବିଙ୍କର ଭୂମିକା ଗୁରୁତ୍ତ୍ୱପୂର୍ଣ୍ଣ

ଭୁବନେଶ୍ୱର : ବ୍ୟାସକବି ଫକୀରମୋହନ ସ୍ମୃତି ସଂସଦ ଆନୁକୂଲ୍ୟରେ ବ୍ୟାସକବି ଫକୀରମୋହନଙ୍କ ୧୮୦ତମ ଜୟନ୍ତୀ ପାଳିତ ହୋଇଯାଇଛି।

BjdElectrycity

ଏହି ଅବସରରେ ସ୍ଥାନୀୟ ବାଣୀବିହାର ପରିସରରେ ଥିବା ବ୍ୟାସକବିଙ୍କ ପ୍ରତିମୂର୍ତ୍ତିରେ, ସ୍ମତି ସଂସଦର ଆବକ୍ଷ ପ୍ରତିମୂର୍ତ୍ତିରେ ଏବଂ ଫକୀର ମୋହନ ଭବନ ସ୍ଥିତ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରଯାଇଥିଲା। ପରେ ପରେ ଜୀବନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ, ଆଭାସୀ ମାଧ୍ୟମରେ ଏକ ସାରସ୍ୱତ ସଭା ଅନୁଷ୍ଠିତ ହୋଇଯାଇଛି।

ଏହି ସାରସ୍ୱତ ସଭାରେ ରବି ନାରାୟଣ ସେନାପତି ମୁଖ୍ୟ ଅତିଥି ଭାବରେ, ଗଣେଶ ପ୍ରସାଦ ଦାସ ମୁଖ୍ୟ ବକ୍ତା ଭାବରେ ଏବଂ ଅମୀୟ କୁମାର ପଟ୍ଟନାୟକ ଅନ୍ୟତମ ଅତିଥି ଭାବରେ ଯୋଗ ଦେଇଥିଲେ। ଓଡ଼ିଶାର ସାଂସ୍କୃତିକ ଇତିହାସରେ ବ୍ୟାସକବିଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ଓ ତାଙ୍କ ସାହିତ୍ୟ କୃତି ହିଁ ଏହାର ଆଧାର ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

ଏହି ଆଭାସୀ କାର୍ଯ୍ୟକ୍ରମରେ ଜ୍ଞାନଚାନ୍ଦ ଦାସ ପଟ୍ଟନାୟକ, ଆଶୁତୋଷ ମିଶ୍ର, ଯତୀନ୍ଦ୍ର ପ୍ରଧାନ , ରଜତ କୁମାର ପାତ୍ର, ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ ସ୍ୱାତୀ ମହାପାତ୍ର ଏବଂ ବାସନ୍ତୀ ରଣଧୀର ପ୍ରମୁଖ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ବିରାଜ ମୋହନ ଦାସ ସ୍ବାଗତ ଭାଷଣ ପ୍ରଦାନ କରିବା ସହ ଅତିଥି ପରିଚୟ ପ୍ରଦାନ ଏବଂ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.