Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଘରୁ ୫୦ କୋଟି ପରେ ଅର୍ପିତାଙ୍କ ଆକାଉଣ୍ଟରୁ ଆଉ ୮ କୋଟି ଜବତ

କୋଲକାତା: ପାର୍ଥ ଚାଟାର୍ଜୀ ନା ଅର୍ପିତା ମୁଖାର୍ଜୀଙ୍କର । ଇଡି ରେଡ୍ ପରେ ମିଳିଥିବା ୫୦ କୋଟି କାହାର ? ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଟଙ୍କା ତାଙ୍କର ନୁହେଁ ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି ସମୟ କହିବ କିଏ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରିଛି ? ଏହା ପୂର୍ବରୁ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀ କହିଥିଲେ ତାଙ୍କ ଫ୍ଲାଟରୁ ମିଳିଥିବା ସବୁ ଟଙ୍କା ପାର୍ଥ ଚାଟାର୍ଜୀଙ୍କର । ଏବେ ଉଭୟ ଟଙ୍କା ସେମାନଙ୍କର ନୁହେଁ ବୋଲି କହୁଥିବା ବେଳେ ପ୍ରକୃତରେ ୟେ କୋଟି କୋଟି ଟଙ୍କା କାହାର ତାକୁ ନେଇ ଉଠିଛି ପ୍ରଶ୍ନ ।

ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପାର୍ଥ ଚାଟାର୍ଜୀ ଗିରଫ ପରେ ଟିଏମସି ତାଙ୍କୁ ଦଳର ସବୁ ପଦରୁ ହଟାଇବା ସହ ନିଲମ୍ବିତ କରିଛି । ଏପରିକି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପାର୍ଥଙ୍କୁ ମନ୍ତ୍ରି ମଣ୍ଡଳରୁ ହଟାଇ ଦେଇଛନ୍ତି । ଇଡି ରେଡ୍ ପରେ ଏବେ ପଶ୍ଚିମବଙ୍ଗ ଶିକ୍ଷକ ଦୁର୍ନୀତି ମାମଲାର ଯାଞ୍ଚ ସିବିଆଇ କରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି କୋଲକାତା ହାଇକୋର୍ଟ । ପାର୍ଥ ଚାଟାର୍ଜୀଙ୍କ ୧୭ଟି ଠିକଣାରେ ଏଯାବତ୍ କେନ୍ଦ୍ରୀୟ ଏଜେନ୍ସ ରେଡ୍ କରିଥିବା ବେଳେ ଅର୍ପିତାଙ୍କ ୪ଟି ଫ୍ଲାଟରେ ରେଡ୍ ହୋଇଛି । ଅର୍ପିତାଙ୍କ ଘରେ ରେଡ୍ ବେଳେ ପ୍ରଥମେ ୨୨ କୋଟି ଓ ପରେ ୨୮ କୋଟି ନଗଦ ଟଙ୍କା ସହ ୪ କୋଟିର ସୁନା ମିଳିଥିଲା । ଯାହାର ମାଲିକ ସେମାନେ ହୋଇ ନଥିବା ଦାବି କରିଛନ୍ତି ଉଭୟ ଅର୍ପିତା ଓ ପାର୍ଥ ଚାଟାର୍ଜୀ ।

ଅନ୍ୟପଟେ ଇଡି ଅର୍ପିତାଙ୍କ ଡାୟମଣ୍ଡ ସିଟି ଘରେ ଯାଞ୍ଚ ବେଳେ ଲଗଜୁରୀ କାର ଗାଏବ ହୋଇ ଯାଇଥିବା ଜଣାପଡ଼ିଛି । ଦାମୀ କାର ଅଚାନକ ଗାଏବ ହୋଇଯିବା ପରେ ଇଡି ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି । ଅର୍ପିତା ମୁଖାର୍ଜୀଙ୍କ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ଥିବା ୮ କୋଟି ଟଙ୍କାକୁ ଜବତ କରିଛି ଇଡି । ତେବେ ପାର୍ଥ ଚାଟାର୍ଜୀ, ଅର୍ପିତାଙ୍କ ସହାୟତାରେ ଏତେ କଳା ଟଙ୍କା ଠୁଳ କରିଥିଲେ ନା ଏଥିରେ ଆଉ କିଏ ସମ୍ପୃକ୍ତ ତାର ଖୋଳତାଡ଼ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

Leave A Reply

Your email address will not be published.