Latest Odisha News

BREAKING NEWS

୨୯ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ୱେଷ୍ଟଇଣ୍ଡିଜ୍ ବ୍ୟାଟର୍‌ ନିକୋଲସ୍‌ ପୁରନ୍‌, ଲେଖିଲେ ଭାବପୂର୍ଣ୍ଣ ପୋଷ୍ଟ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବ୍ୟାଟର୍‌ ନିକୋଲସ୍‌ ପୁରନ୍‌ଙ୍କ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର। ମାତ୍ର ୨୯ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଲେ ନିକୋଲସ୍‌ ପୁରନ୍‌।ଇନ୍‌ଷ୍ଟାଗ୍ରାମ୍‌ରେ ଭାବପୂର୍ଣ୍ଣ ପୋଷ୍ଟ କରି ଅବସର ଘୋଷଣା କଲେ। ୱେଷ୍ଟଇଣ୍ଡିଜ୍ ପାଇଁ ୧୦୬ ଏକଦିବସୀୟ ଓ ୬୧ ଟି-୨୦ ଖେଳିଛନ୍ତି ନିକୋଲସ୍‌ ପୁରନ୍‌।

ୱେଷ୍ଟଇଣ୍ଡିଜ୍ ଟି-୨୦ ଦଳର ଅଧିନାୟକ ବି ଥିଲେ ପୁରନ୍‌। ଏଥର IPLରେ ୫ ଶହରୁ ଅଧିକ ରନ୍‌ ସଂଗ୍ରହ କରିଥିଲେ। ପୁରନ୍ କହିଛନ୍ତି ଯେ ଅବସର ନେବା ପୂର୍ବରୁ ସେ ବହୁତ ଚିନ୍ତା କରିଥିଲେ ଏବଂ ତା’ପରେ ଏହି କୋଠର ନିଷ୍ପତ୍ତି ନେଇଥିଲେ।

ସେ ଇନଷ୍ଟାଗ୍ରାମରେ ଲେଖିଛନ୍ତି, “ଆମେ ଭଲ ପାଉଥିବା ଏହି ଖେଳ ଆମକୁ ବହୁତ ଆନନ୍ଦ ଦେଇଛି ଏବଂ ଆଗକୁ ମଧ୍ୟ ଦେବ। କେବେ ଭୁଲି ହେବ ନାହିଁ ଏପରି ସ୍ମୃତି ଏବଂ ୱେଷ୍ଟଇଣ୍ଡିଜର ଲୋକଙ୍କ ପ୍ରତିନିଧିତ୍ୱ କରିବାର ସୁଯୋଗ। ମେରୁନ୍ ରଙ୍ଗ ପିନ୍ଧିବା, ଜାତୀୟ ସଙ୍ଗୀତ ପାଇଁ ଠିଆ ହେବା ଏବଂ ପ୍ରତ୍ୟେକ ଥର ପଡ଼ିଆରେ ପାଦ ଦେବା ସମୟରେ ମୋର ୧୦୦ ପ୍ରତିଶତ ଦେବା। ଏହା ମୋ ପାଇଁ କ’ଣ ଅର୍ଥ ରଖେ ତାହା ଶବ୍ଦରେ ବର୍ଣ୍ଣନା କରିବା କଷ୍ଟକର। ଅଧିନାୟକ ଭାବରେ ଦଳକୁ ନେତୃତ୍ୱ ଦେବା ମୋ ପାଇଁ ସର୍ବଦା ସମ୍ମାନର ବିଷୟ ହେବ।”

ପୁରନ୍ ତାଙ୍କ ପ୍ରଶଂସକମାନଙ୍କ ପାଇଁ ଲେଖିଛନ୍ତି, ଆପଣଙ୍କ ଅଟଳ ପ୍ରେମ ପାଇଁ ଧନ୍ୟବାଦ। ଆପଣମାନେ ମୋତେ କଷ୍ଟକର ସମୟରେ ସମର୍ଥନ କରିଛନ୍ତି ଏବଂ ଭଲ ମୁହୂର୍ତ୍ତଗୁଡ଼ିକୁ ଉତ୍ସାହର ସହିତ ପାଳନ କରିଛନ୍ତି। ବନ୍ଧୁ ଏବଂ ସାଥୀମାନଙ୍କୁ ସେ ଲେଖିଛନ୍ତି, “ଏହି ଯାତ୍ରାରେ ମୋ ସହିତ ଚାଲିବା ପାଇଁ ଧନ୍ୟବାଦ। ଆପଣଙ୍କ ବିଶ୍ୱାସ ଏବଂ ସମର୍ଥନ ମୋତେ ଏହି ଯାତ୍ରାରେ ଆଗକୁ ବଢ଼ାଉଛି। ଯଦିଓ ମୋ କ୍ୟାରିୟରର ଏହି ଅନ୍ତର୍ଜାତୀୟ ଅଧ୍ୟାୟ ବନ୍ଦ ହୋଇଯାଇଛି, ତଥାପି ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ପ୍ରତି ମୋର ପ୍ରେମ କେବେ ହ୍ରାସ ପାଇବ ନାହିଁ। ମୁଁ ଦଳର ସଫଳତା ବ୍ୟତୀତ ଆଉ କିଛି କାମନା କରେ ନାହିଁ।”

Comments are closed.