Latest Odisha News

BREAKING NEWS

ଜଣେ କରୋନା ରୋଗୀର ଚିକିତ୍ସା ପାଇଁ କେତେ ଟଙ୍କା ଖର୍ଚ୍ଚ ହୁଏ, ଜାଣନ୍ତୁ …

ନୂଆଦିଲ୍ଲୀ : ଦେଶରେ ପ୍ରାୟ ୮୦ ପ୍ରତିଶତ କରୋନା ପଜିଟିଭ ରୋଗୀ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ କୋଭିଡ-୧୯ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । କେତେକ ଘରୋଇ ହସ୍ପିଟାଲରେ ମଧ୍ୟ ଚିକିତ୍ସା ବ୍ୟବସ୍ଥା ରହିଛି । ଯଦି କେହି ରୋଗୀ ନିଜେ ଏହି ଖର୍ଚ୍ଚ ତୁଲାଇ ପାରିବେ ତେବେ ସେ ସେଠାରେ ଚିକିତ୍ସିତ ହୋଇପାରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ତେବେ ଜଣେ କରୋନା ପଜଟିଭ ରୋଗୀଙ୍କ ଚିକିତ୍ସାରେ ଦିନକୁ କେତେ ଟଙ୍କା ଖର୍ଚ୍ଚ ହୁଏ । ଯଦିଓ ଏହା ସବୁ ରୋଗୀଙ୍କ ପାଇ ସମାନ ନ ଥାଏ । ରୋଗୀ କେତେ ସଂକ୍ରମିତ ହୋଇଛି, ତାର ବୟସ ଓ ଅନ୍ୟାନ୍ୟ କାରଣ ପାଇଁ ଜଣେ ରୋଗୀଙ୍କଠାରୁ ଅନ୍ୟ ରୋଗୀଙ୍କର ଦୈନିକ ଖର୍ଚ୍ଚ ଅଲଗା ହୋଇଥାଏ । ତେବେ ଜଣେ ସାଧାରଣ ରୋଗୀ ପାଇଁ ଖର୍ଚ୍ଚ କେତେ ହୁଏ ତାହା ଜାଣିବା ।

ଥିରୁଅନନ୍ତପୁରମ ର ଜଣେ ଡାକ୍ତରଙ୍କ କହିବାନୁସାରେ ଜଣେ କରୋନା ପଜିଟିଭି ରୋଗୀ ଯାହା ପାଇଁ ଭେଣ୍ଟିଲେଟର କିମ୍ବା ଜୀବନ ରକ୍ଷା ପାଇଁ କୌଣସି ବ୍ୟବସ୍ଥା କରା ନ ଯାଇ ମଧ୍ୟ ତା ପାଇଁ ଦୈନିକ ୨୦ହଜାରରୁ ୨୫ ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ । ତେବେ ୧୪ ଦିନ ହସ୍ପିଟାଲରେ ରହି ଚିକିତ୍ସା ହେବାର ଖର୍ଚ୍ଚ ପ୍ରାୟ ୨ ଲକ୍ଷ ୮୦ ହଜାରରୁ ୩ ଲକ୍ଷ ୫୦ ହଜାର ମଧ୍ୟରେ ହୋଇଥାଏ ।

କରୋନା ପଜିଟିଭ୍ ରୋଗୀ ସୁସ୍ଥ ହେବା ପରେ ମଧ୍ୟ ସେମାନଙ୍କର ନେଗେଟିଭ୍ ନ ବାହାରିବା ଯାଏଁ ୩ରୁ ୫ ଥର ପରୀକ୍ଷା କରାଯାଇଥାଏ । ବେଳେ ବେଳେ ଏହି ପରୀକ୍ଷା ୮ରୁ ୧୦ ଥର କରିବାକୁ ପଡିଥାଏ । ବଲିଉଡ ଗାୟିକା କନିକା କାପୁରଙ୍କର ଛଅ ଛର ପରୀକ୍ଷା ପରେ ନେଗେଟିଭ୍ ଜଣାପଡିଥିଲା ।

ଜଣେ ସନ୍ଦିଗ୍ଧଙ୍କ ସ୍ୱାବ ଟେଷ୍ଟ ପାଇଁ ଖର୍ଚ୍ଚ ହୁଏ ୪,୫୦୦ଟଙ୍କା । କେବଳ ଟେଷ୍ଟ କିଟ୍‌ର ଦାମ ଥାଏ ୩ହଜାର ଟଙ୍କା । ଯଦି କୌଣସି ବ୍ୟକ୍ତିଙ୍କର ପରୀକ୍ଷା ହୋଇଛି କିମ୍ବା କୋଭିଡ ୧୯ ପଜିଟିଭର ସଙ୍କେତ ଦେଖା ଦେଉଛି ତେବେ ତାଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ଅଣାଯାଇଛି । ଯାହାର ଖର୍ଚ୍ଚ ସରକାର ହିଁ ବହନ କରିଥାନ୍ତି ।

ଆଇସୋଲେସନ ୱାର୍ଡକୁ ଗଲା ପରେ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଥାଏ । ପ୍ରତି ରୁମରେ ଗୋଟିଏ ବେଡର ବ୍ୟବସ୍ଥା ଥାଏ । ରୋଗୀ ବ୍ୟବହାର କରୁଥିବା ପାଇଖାନାକୁ ଅନ୍ୟ କାହାରିକୁ ଯିବା ପାଇଁ ବାରଣ କରାଯାଇଥାଏ । ରୋଗୀ ଯଦି ବୟସ୍କ ତେବେ ତାଙ୍କୁ ଭେଣ୍ଟିଲେଟରରେ ଦରକାର ହୋଇଥାଏ । ପ୍ରାୟ ଏକ ସପ୍ତାହ ସେମାନଙ୍କୁ ଭେଣ୍ଟିଲେଟରରେ ରଖାଯାଇଥାଏ । ଏଥି ପାଇଁ କୌଣସି ଘରୋଇ ହସ୍ପିଟାଲରେ ଦିନକୁ ୨୫ ହଜାରରୁ ୫୦ ହଜାର ଖର୍ଚ୍ଚ ହୋଇଥାଏ ।

୧୦୦ ଶଯ୍ୟା ବିଶିଷ୍ଟ ଏକ କୋଭିଡ ୧୯ ହସ୍ପିଟାଲ ପାଇଁ ପ୍ରାୟ ୨୦୦ ଜଣଙ୍କ ପିପିଇ କିଟ୍‌ର ଆବଶ୍ୟକତା ରହିଥାଏ । ଡାକ୍ତର ଓ ନର୍ସମାନଙ୍କୁ ପ୍ରତି ଚାରି ଘଣ୍ଟାରେ ଥରେ ଏହି କିଟ୍‌କୁ ବଦଳାଇବାକୁ ପଡିଥାଏ । ଯଦି ଜଣେ ଗୁରୁତର ଅସୁସ୍ଥ କୋଭିଡ ପଜିଟିଭ ରୋଗୀଙ୍କ ନିକଟରେ ସେବା ଯୋଗାଉଥିବା ନର୍ସଙ୍କୁ ବାରମ୍ବାର ବାରମ୍ବାର ଏହି କିଟ୍ ବଦଳାଇବାକୁ ପଡିଥାଏ ।

ବ୍ୟବହାର ଯୋଗ୍ୟ ପିପିଇ କିଟ୍‌ର ମୂଲ୍ୟ ୭୫୦ ଟଙ୍କାରୁ ହଜାରେ ଟଙ୍କା ଭିତରେ ରହିଥାଏ । ଔଷଧ ଖର୍ଚ୍ଚ ସମସ୍ତଙ୍କର ଅଲଗା ଅଲଗା ହୋଇଥାଏ । ଆଣ୍ଟିବାଇଓଟିକ୍‌, ଆଣ୍ଟି –ଭିଟ୍ରିଓଲ ଓ ଅନ୍ୟାନ୍ୟ ଔଷଧ ଖର୍ଚ୍ଚ ପ୍ରତିଦିନ ୫୦୦ଟଙ୍କାରୁ ୧୦୦୦ଟଙ୍କା ମଧ୍ୟରେ ହୋଇଥାଏ । ଏହା ବ୍ୟତୀତ ରୋଗୀର ଖାଇବା ଖର୍ଚ୍ଚ ଅଲଗା ଥାଏ ।

ତେବେ ଏତେ ଟଙ୍କା ଖର୍ଚ୍ଚ ହେଉଥିଲେ ବି ସବୁ ରାଜ୍ୟରେ ସରକାର ହିଁ ଏସବୁ ତୁଲାଉଛନ୍ତି ।

Leave A Reply

Your email address will not be published.