Latest Odisha News

BREAKING NEWS

‌କେଟୋ ଡାଏଟ୍ କଣ? ଜାଣନ୍ତୁ କଣ ଏହାର ଉପକାରିତା ଆଉ ଅପକାରିତା

ଲୋକମାନେ ଅଳ୍ପ ସମୟ ମଧ୍ୟରେ ଶରୀରକୁ ଫିଟ୍‌ କରିବା ପାଇଁ କେଟୋ ଡାଏଟ୍ ବ୍ୟବହାର କରନ୍ତି। ପ୍ରକୃତରେ ଏହି କେଟୋ ଡାଏଟ୍‌ କଣ? ଗତ ବର୍ଷ ନେଚର୍‌ ମେଟାବୋଲିଜିମ୍ ପତ୍ରିକାରେ ଏକ ଅନୁସନ୍ଧାନ ରିପୋର୍ଟ ପ୍ରକାଶ ପାଇଥିଲା ଯେଉଁଥିରେ କୁହାଯାଇଛି ଯେ କେଟୋ ଡାଏଟ୍ ଅଳ୍ପ ସମୟ ମଧ୍ୟରେ ଶରୀରକୁ ଅଧିକ ଫାଇଦା ପହଞ୍ଚାଇଥାଏ। କିନ୍ତୁ ଏକ ସପ୍ତାହ ପରେ ଏହାର ନକରାତ୍ମକ ପ୍ରଭାବ ମଧ୍ୟ ‌ଦେଖିବାକୁ ମିଳିଥାଏ।

ଏହା ଏକ ଉଚ୍ଚ ଚର୍ବିଯୁକ୍ତ ଖାଦ୍ୟ ଯେଉଁଥିରେ ଶରୀରରେ ଶକ୍ତି ବୃଦ୍ଧି ପାଇଁ ଚର୍ବି ଉପରେ ନିର୍ଭର କରିଥାଏ। ଏହି ଖାଦ୍ୟରେ କାର୍ବୋହାଇଡ୍ରେଟ୍‌ର ମାତ୍ରା ବହୁତ କମ୍‌ ଏବଂ ନିୟନ୍ତ୍ରିତ ମାତ୍ରାରେ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ନିଆଯାଇଥାଏ। ଏହାକୁ କେଟୋଜେନିକ୍‌ ଡାଏଟ୍ ମଧ୍ୟ କୁହାଯାଏ।

ବିଶେଷ କରି ଓଜନ ହ୍ରାସ କରିବା ପାଇଁ କେଟୋ ଡାଏଟ୍ ନିଆଯାଇଥାଏ। ଏହା ମଧୁମେହର ଆଶଙ୍କା ହ୍ରାସ କରି ସ୍ୱାସ୍ଥ୍ୟର ଉନ୍ନତି ପାଇଁ ମଧ୍ୟ କାର୍ଯ୍ୟ କରିଥାଏ। ବଲିଉଡ୍‌ ସେଲିବ୍ରିଟିମାନେ ଏହାକୁ ଅଧିକ ବ୍ୟବହାର କରିଥାନ୍ତି।

ବିଶେଷଜ୍ଞମାନଙ୍କ ମତ ଅନୁଯାୟୀ ଅନ୍ତତଃ ପକ୍ଷେ ଏକ ସପ୍ତାହ ମଧ୍ୟରେ କେଟୋ ଡାଏଟ୍‌ର ପ୍ରଭାବ ଶରୀର ଉପରେ ଦେଖାଯିବା ଆରମ୍ଭ କରିଥାଏ। ଏହା ଦ୍ରୁତ ଗତିରେ ଓଜନ ହ୍ରାସ କରେ, କିନ୍ତୁ ଏହାର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ଦୁଇରୁ ତିନି ଦିନ ମଧ୍ୟରେ ଶରୀରରେ ଦେଖାଯିବା ଆରମ୍ଭ କରେ।

କେଟୋ ଡାଏଟ୍‌ରେ ଆପଣ ଉଭୟ ଭେଜ୍ ଏବଂ ନନ୍‌ଭେଜ୍‌ ଡାଏଟ୍ ନେଇପାରିବେ। କିନ୍ତୁ ଏଥିରେ ଚିନିର ମାତ୍ରା କମ୍‌ ନିଆଯାଇଥାଏ। ଶସ୍ୟଯୁକ୍ତ ଖାଦ୍ୟ ଏଥିରେ ଅନ୍ତର୍ଭୁକ୍ତ ହୁଏ ନାହିଁ। ଏହା ବ୍ୟତୀତ ଫଳ ମଧ୍ୟରେ ‌ସେଓ, କଦଳୀ ଏବଂ କମଳା ମଧ୍ୟ ଏହି ଖାଦ୍ୟରେ ଅନ୍ତର୍ଭୁକ୍ତ ନୁହେଁ।

Comments are closed.