Latest Odisha News

BREAKING NEWS

କାଶୀ, ବାରଣାସୀ, ବନାରସ… ଏଥି ମଧ୍ୟରୁ କେଉଁଟି କାଶୀ ବିଶ୍ଵନାଥର ସର୍ବପୁରାତନ ନାମ

ବାରାଣାସୀ: ବାରାଣାସୀ ଅର୍ଥାତ୍ କାଶୀର ନାମ ମନକୁ ଆସିବା ମାତ୍ରେ ଗଙ୍ଗା କୂଳରେ ଅବସ୍ଥିତ ଭଗବାନ ଶିବଙ୍କ ପ୍ରାଚୀନ ସହର କାଶୀ ମନକୁ ଆସେ। କାଶୀ ଯଥା ବାରାଣାସୀର ଇତିହାସ ହଜାରେ ବର୍ଷ ପୁରୁଣା | ବିଶ୍ଵାସ କରାଯାଏ ଯେ ବନାରସ ହେଉଛି ବିଶ୍ୱର ସର୍ବ ପୁରାତନ ସହର। ହିନ୍ଦୁ ବିଶ୍ୱାସ ଅନୁଯାୟୀ ଭଗବାନ ଶିବ ଏହି ସହର ପ୍ରତିଷ୍ଠା କରିଥିଲେ। କାଶୀକୁ ବନାରସ, ବାରାଣାସୀ, ଭୋଲେନାଥଙ୍କ ସହର ସମେତ ଅନ୍ୟାନ୍ୟ ନାମରେ ମଧ୍ୟ ଜଣାଯାଏ । କିନ୍ତୁ ଆପଣ ଜାଣନ୍ତି କି ଏହି ନାମଗୁଡିକ ମଧ୍ୟରୁ କେଉଁଟି ସର୍ବ ପୁରାତନ?

ହିନ୍ଦୁ ଶାସ୍ତ୍ରରେ ଏହା ଅଭିମୁକ୍ତ କ୍ଷେତ୍ର, ଆନନ୍ଦକାନନ, ମହାଶ୍ମଶାନ, ରୁଦ୍ରାବାସ, କାଶିକା, ତପଃସ୍ତଳୀ, ମୁକ୍ତିଭୁମୀ, ଶିବପୁରୀ, ତ୍ରିପୁରାରିରାଜନଗରୀ, ବିଶ୍ୱନାଥନଗରୀ, ମନ୍ଦିର ସହର, ଭାରତର ଧାର୍ମିକ ରାଜଧାନୀ, ଭଗବାନ ଶିବଙ୍କ ନଗର, ଦୀପ ସହର, ଜ୍ଞାନ ନଗର ଭାବରେ ମଧ୍ୟ ଜଣାଶୁଣା । ଏହା ବ୍ୟତୀତ ଶଙ୍କରପୁରୀ, ଜିତୱାରୀ, ଆନନ୍ଦରୁପା, ଶ୍ରୀନଗରୀ, ଅପର୍ଣ୍ଣା ଭାବଭୁମି, ଶିବରାଜଧାନୀ, ଗୌରୀମୁଖ, ମହାପୁରୀ, ଧର୍ମକ୍ଷେତ୍ର, ବିଷ୍ଣୁପୁରୀ, ହରିକ୍ଷେତ୍ର, ଅଲର୍କପୁରୀ, ନାରାୟଣବାସ, ବ୍ରହ୍ମାବାସ, ସୁଦର୍ଶନ, କାସିପୁର, କାସିନଗର, କାସିଗ୍ରାମ ଭାବରେ ମଧ୍ୟ ଜଣାଶୁଣା ।

ବାରାଣାସୀର ଏତେ ଗୁଡିଏ ନାମ ଜାଣିବାପରେ ଆପଣଙ୍କ ମନରେ ପ୍ରଶ୍ନ ଆସିପାରେ ଯେ ଏସବୁ ମଧ୍ୟରୁ ଏହାର ସବୁଠାରୁ ପ୍ରାଚୀନ ନାମ କଣ? ତେବେ କହିରଖୁଛୁ ଯେ, ବାରାଣାସୀର ସର୍ବ ପୁରାତନ ନାମ ହେଉଛି କାଶୀ । ଧାର୍ମିକ ଗ୍ରନ୍ଥରେ ମଧ୍ୟ ଏହି ସହରକୁ କାଶୀ ନାମରେ ନାମିତ କରାଯାଇଛି । ଏହି ନାମ ପ୍ରାୟ ୩୦୦୦ ବର୍ଷ ହେବ ଲୋକଙ୍କ ମଧ୍ୟରେ ପ୍ରଚଳିତ । କାଶୀଙ୍କୁ ଅନେକ ଲୋକ କାଶିକା ମଧ୍ୟ କହିଥାଆନ୍ତି । ଅନେକ ରିପୋର୍ଟରେ କୁହାଯାଇଛି ଯେ, ପ୍ରାଚୀନ ଗ୍ରନ୍ଥ ଋକବେଦରେ କାଶୀର ନାମ ମଧ୍ୟ ଉଲ୍ଲେଖ କରାଯାଇଛି। ଏହା ବ୍ୟତୀତ, ସ୍କନ୍ଦପୁରାଣରେ ଏହାର ନାମ କାଶୀଖଣ୍ଡ ଅଛି ।

ଏଠାରେ ଉପସ୍ଥିତ ଥିବା ଦୁଇଟି ସ୍ଥାନୀୟ ନଦୀ ବରୁଣା ନଦୀ ଏବଂ ଆସି ନଦୀରୁ ଉତ୍ପନ୍ନ ହୋଇଛି ବାରାଣାସୀ ।  ତେଣୁ ଏହି ସ୍ଥାନର ନାମ ବାରାଣାସୀ ହୋଇଛି । ବରୁଣା ଏବଂ ଆସି ନଦୀ ସହରର ଉତ୍ତର ଏବଂ ଦକ୍ଷିଣରୁ ଆସି ଗଙ୍ଗା ନଦୀରେ ମିଶିଛନ୍ତି । ଏହା ବ୍ୟତୀତ ପ୍ରାଚୀନ କାଳରେ ବରୁଣା ନଦୀକୁ ବାରାଣାସୀ କୁହାଯାଉଥିଲା, ଯେଉଁ କାରଣରୁ ଏହି ସହରକୁ ବାରାଣାସୀ କୁହାଯାଉଥିଲା ବୋଲି ମଧ୍ୟ ଶୁଣିବାକୁ ମଳେ । ଗଙ୍ଗା କୂଳରେ ଅବସ୍ଥିତ ଏବଂ କାଶୀ ବିଶ୍ୱନାଥଙ୍କ ମନ୍ଦିର ଥିବାରୁ କାଶୀଙ୍କୁ ଗଙ୍ଗାନଗରୀ ଏବଂ କାଶୀ ବିଶ୍ୱନାଥ ସହର ମଧ୍ୟ କୁହାଯାଏ।

Leave A Reply

Your email address will not be published.