Latest Odisha News

BREAKING NEWS

ଭରତପୁର ଥାନା ଘଟଣା: କେବେ ଜଣାପଡିବ ସତ?

ଭୁବନେଶ୍ବର: ଭରତପୁର ଥାନା ଘଟଣାରେ କେବେ ସତ ଉପରୁ ପରଦା ହଟିବ ତାହାକୁ ସମସ୍ତେ ଚାତକ ଭଳି ଚାହିଁ ରହିଛନ୍ତି । ବାସ୍ତବରେ ସେଦିନ ରାତିରେ କ’ଣ ଘଟିଥିଲା ? ପୋଲିସ୍ ସତ କହୁଛି ନା ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ ? ଯାହାର ନ୍ୟାୟିକ ତଦନ୍ତ ଜାରି ରହିଛି । ଏହାରି ଭିତରେ ଆଜି ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଅଭିଯୋଗ ମାମଲାରେ ତଦନ୍ତ କରୁଥିବା ଜଷ୍ଟିସ ଚିତ୍ତରଂଜନ ଦାସ କମିଶନ ୨ୟ ବୈଠକ ବସିଯାଇଛି । ଏହି ବୈଠକରେ ଗୃହ ସଚିବ, ସ୍ବତନ୍ତ୍ର ସଚିବ, କ୍ରାଇମବ୍ରାଞ୍ଚ ଏଡିଜି ସମେତ ଉପସ୍ଥିତ ଥିବା ବେଳେ ବିଭିନ୍ନ ଦିଗ ନେଇ ଏହି ବୈଠକରେ ଆଲୋଚନା ହୋଇଛି । ଏଥିସହିତ ତଦନ୍ତ ଅଗ୍ରଗତି ନେଇ କମିଶନଙ୍କୁ ଆଜି ଅବଗତ କରାଇଛି କ୍ରାଇମବ୍ରାଞ୍ଚ ।

ସେପଟେ ଘଟଣାର ତଦନ୍ତକୁ ନେଇ ଏଡିଜି କହିଛନ୍ତି. ସମସ୍ତ ଅଫିସରଙ୍କ ପଲିଗ୍ରାଫ୍‌ ଟେଷ୍ଟ ସରିଛି । ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ବ୍ରେନ୍‌ ମ୍ୟାପିଂ, ଲାଏ ଡିଟେକ୍ସନ ଟେଷ୍ଟ ହୋଇଛି । ହେଲେ ଏପର୍ଯ୍ୟନ୍ତ ଏସବୁର ରିପୋର୍ଟ ଆସିନାହିଁ, ରିପୋର୍ଟ ଆସିଲା ପରେ ତଦନ୍ତ ଆଗେଇବ ବୋଲି କହିଛନ୍ତି ଏଡିଜି ।

ସେପଟେ ଏହି ଘଟଣାରେ ଯେଉଁମାନେ ନିଜର ମତ ରଖିବାକୁ ଚାହୁଁଛନ୍ତି ସେନେଇ ସତ୍ୟପାଠ ମଧ୍ୟ ଗ୍ରହଣ କରାଯାଉଛି । ଖୁବଶୀଘ୍ର ଏନେଇ କିଛି ନିଷ୍କର୍ସ ବାହାରିବ ବୋଲି କୁହାଯାଇଛି ।

Leave A Reply

Your email address will not be published.