Latest Odisha News

BREAKING NEWS

ଋଷରେ ବିଦ୍ରୋହ: ପୁଟିନ କହିଲେ ପିଠି ପଛରେ ଛୁରୀ ମାଡ଼, ଦିଆଯିବ କଡ଼ା ଜବାବ

ମସ୍କୋ: ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ବିରୋଧରେ ଋଷର ବେସରକାରୀ ସେନା ବା ଓ୍ୱାଗନର୍ ଗ୍ରୁପ ମୁହାଁମୁହିଁ ହୋଇଛି। ପୁଟିନ କହିଛନ୍ତି ଯେ ୱାଗନର୍ ଋଷର ଲୋକଙ୍କୁ ପିଠି ପଛ ପଟେ ଛୁରୀ ମାରିଛି। ଋଷର ସେନାକୁ ଚ୍ୟାଲେଞ୍ଜ କରାଯାଇଛି। ଜନସାଧାରଣଙ୍କୁ ପ୍ରତାରଣା କରାଯାଇଛି। ଖୁବ ଶୀଘ୍ର ରୋଷ୍ଟୋଭରେ ପରିସ୍ଥିତି ସ୍ୱାଭାବିକ ହେବ ବୋଲି ସେ କହିଛନ୍ତି।

ପୁଟିନ କହିଛନ୍ତି ଯେ ଋଷର ସେନା ଜଣେ ହିରୋ ଭଳି କାର୍ଯ୍ୟ କରୁଛନ୍ତି। ସେ ମୁହଁତୋଡ ଜବାବ ଦେବେ। ୱାଗନର୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି। ପୁଟିନଙ୍କ କଥାରୁ ଏହା ସ୍ପଷ୍ଟ ହୋଇଛି ଯେ ସେ ୟୁକ୍ରେନ ଉପରେ ଆପୋଷ ବୁଝାମଣା କରିବେ ନାହିଁ। ଏହି ସମୟରେ ବିଦ୍ରୋହୀମାନଙ୍କୁ ଆତ୍ମସମର୍ପଣ କରିବାକୁ କୁହାଯାଇଛି।

ସେ ଆହୁରି କହିଛନ୍ତି, ଆଜି ଆମେ ଯାହା ସାମ୍ନା କରୁଛୁ ତାହା ହେଉଛି ଆଭ୍ୟନ୍ତରୀଣ ବିଶ୍ୱାସଘାତକତା। ଋଷରେ ସମସ୍ତ ସେନା ବାହିନୀ ଏକାଠି ହେବା ଆବଶ୍ୟକ। ଯିଏ ବି ବିଦ୍ରୋହ ପକ୍ଷରେ ପାଦ ରଖିବ, ତାକୁ ଦଣ୍ଡ ମିଳିବ। ସେମାନଙ୍କୁ ଆଇନ ଏବଂ ଆମ ଲୋକ ଜବାବ ଦେବେ ବୋଲି ରୁଷ ରାଷ୍ଟ୍ରପତି କହିଛନ୍ତି।

ଆମେ ବର୍ତ୍ତମାନ ଯାହା ଦେଖୁଛୁ ତାହା ହେଉଛି ପିଠିରେ ଛୁରୀ ମାରିବା ସହିତ ସମାନ, ଏବଂ ସେମାନେ ଦଣ୍ଡ ଭୋଗିବା ଆବଶ୍ୟକ। ଆମେ ଆମ ଲୋକଙ୍କ ଜୀବନ ଏବଂ ସୁରକ୍ଷା ପାଇଁ ଲଢୁଛୁ ଏବଂ କୌଣସି ମତଭେଦକୁ ଏବେ ପ୍ରସଙ୍ଗ କରିବା ଅନୁଚିତ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି, ଏହି ସଶସ୍ତ୍ର ବିଦ୍ରୋହକୁ ନେଇ ଆମର ଆଭିମୁଖ୍ୟ ଆହୁରି କଠୋର ହେବ।

ସେ କହିଛନ୍ତି, ଆମେ ମସ୍କୋରେ ଆତଙ୍କବାଦ ବିରୋଧୀ ଶାସନ ଏବଂ ଅନେକ ରାଜ୍ୟ ଘୋଷଣା କରିଛୁ ଏବଂ ରୋଷ୍ଟୋଭରରେ ସ୍ଥିତି ସ୍ବାଭାବିକ ଆଣିବାକୁ ଆମେ ପଦକ୍ଷେପ ନେବୁ।

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶନିବାର ଟିଭିରେ ଅଭିଭାଷଣ ରଖି କହିଛନ୍ତି ଯେ ସଶସ୍ତ୍ର ବିଦ୍ରୋହ ସମୟରେ ରୋଷ୍ଟୋଭରେ ପରିସ୍ଥିତି କଷ୍ଟକର ରହିଛି।

ଉଲ୍ଲେଖଯୋଗ୍ଯ, ୱାଗନର୍ ଗ୍ରୁପ୍ ଋଷର ସେନା ଉପରେ ଆକ୍ରମଣ କରୁଛି। ଏକଦା ଏହି ଗୋଷ୍ଠୀ ଋଷର ଶକ୍ତିଶାଳୀ ହୋଇଥିଲା। ୱାଗନର୍ ଗ୍ରୁପର ୩୦ ହଜାର ଯୁଦ୍ଧ ବିମାନ ଆଗରେ ଅଛନ୍ତି। ୱାଗନର୍ ମୁଖ୍ୟ ଋଷ ସେନା ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି।

ମସ୍କୋକୁ ଆସୁଥିବା ଜାତୀୟ ରାଜପଥ ବନ୍ଦ ହୋଇଯାଇଛି। ୱାଗନର୍ ଦାବି କରିଛି ଯେ ଋଷର ସେନାର ଦ୍ୱିତୀୟ ହେଲିକପ୍ଟର ମଧ୍ୟ ଗୁଳି ଚଳାଇଛି। ରୋଷ୍ଟୋଭ୍ ରାଜ୍ୟପାଳ ଲୋକମାନଙ୍କୁ ଘରୁ ବାହାରକୁ ନଯିବାକୁ ନିବେଦନ କରିଛନ୍ତି।

Leave A Reply

Your email address will not be published.