Latest Odisha News

BREAKING NEWS

ଆସିଲା ହ୍ଵାଟସ୍ ଆପର ଦମଦାର ଫିଚର: ଏଣିକି ଫେକ୍ ଫଟୋର ସତ୍ୟତା ଜାଣିପାରିବେ ଉପଭୋକ୍ତା

ନୂଆଦିଲ୍ଲୀ: ହ୍ଵାଟସ୍ ଆପ୍ ପ୍ରତି ମାସରେ କିଛି ନୂଆ ଫିଚର ରୋଲଆଉଟ କରିଥାଏ ଏବଂ ଏହି ଫିଚରକୁ ନେଇ ଆଲୋଚନା ମଧ୍ୟ ହୁଏ । ୟୁଜରମାନେ ଏହି ଫିଚର ବିଷୟରେ ଅଳ୍ପ ବହୁତ ଜାଣିବା କ୍ଷଣି ହିଁ ପୁଣି ହ୍ଵାଟ୍ସଆପ୍ ଆଉ ଏକ ନୂଆ ଫିଚର ରୋଲଆଉଟ୍‌ କରେ ଏବଂ ଲୋକମାନେ ଫୁଣି ନୂଆ ଫିଚର ବିଷୟରେ ଜାଣିବାକୁ ଚେଷ୍ଟା କରନ୍ତି । ଏହି ଆପକୁ କିଛି ଲୋକ ଭୁଲ ତଥ୍ୟ ଏବଂ ଖରାପ ଫଟୋ ସେୟାର କରିବାକୁ ବ୍ୟବହାର କରନ୍ତି । ଏପରିକି କିଛି ଲୋକ ଏହା ସାହାର୍ଯ୍ୟରେ ଠକେଇର ଜାଲ ମଧ୍ୟ ବିଛେଇଥାଆନ୍ତି । ଏହି ସମସ୍ୟାର ମୁକାବିଲା ପାଇଁ ହ୍ଵାଟସ୍ ଆପ୍ ପୁଣି ଆଉ ଏକ ନୂଆ ଫିଚର ଆଣିବାକୁ ଯାଉଛି ।

ହ୍ଵାଟସ୍ ଆପର ଏହି ବୈଶିଷ୍ଟ୍ୟର ସାହାଯ୍ୟରେ ଉପଭୋକ୍ତାମାନେ ଯେକୌଣସି ଫେକ୍ ଫଟୋର ସତ୍ୟତାକୁ ସହଜରେ ଜାଣିପାରିବେ । ଯଦି କେହି ଆପଣଙ୍କୁ ଫେକ୍ ଫଟୋ ସେୟାର କରେ ତେବେ ଆପଣ ସଙ୍ଗେ ସଙ୍ଗେ ଜାଣିପାରିବେ ଯେ ଏହି ଫଟୋ ସତ ନା ମିଛ । ବାସ୍ତବରେ, ହ୍ଵାଟସ୍ ଆପର ଆଣ୍ଡ୍ରୋଏଡ୍ ବିଟା ଭର୍ସନରେ ‘ସର୍ଚ୍ଚ ଅନ ୱେବ’ ନାମକ ଏକ ନୂତନ ଫିଚର ଯୋଡା ଯାଇଛି। ଏହି ବୈଶିଷ୍ଟ୍ୟ ସାହାଯ୍ୟରେ, ଉପଭୋକ୍ତାମାନେ ଗୁଗୁଲ୍ ଲେନ୍ସ ବ୍ୟବହାର କରି ଯେକୌଣସି ଫଟୋର ରିଭର୍ସ ଇମେଜ ସର୍ଚ୍ଚ କରିପାରିବେ । ଏଥିପାଇଁ ଉପଭୋକ୍ତାମାନଙ୍କୁ ଉକ୍ତ ଫଟୋ ଉପରେ କ୍ଲିକ୍ କରିବାକୁ ପଡିବ ଏବଂ ତା’ପରେ ଡାହାଣ କୋଣରେ ଥିବା ତିନୋଟି ବିନ୍ଦୁ ଉପରେ କ୍ଲିକ୍ କରିବାକୁ ପଡିବ । ଏଥିପାଇଁ ଉପଭୋକ୍ତା ମାନଙ୍କୁ ଗୁଗୁଲ ବ୍ରାଉଜର୍ କିମ୍ବା ଗୁଗୁଲ୍ ଲେନ୍ସ ଆପ୍ ଚଲାଇବାକୁ ପଡିବ ନାହିଁ ।

ସମ୍ପ୍ରତି, ହ୍ଵାଟସ୍ ଆପର ଏହି ନୂତନ ଫିଚର ବିଟା ଭର୍ସନର କିଛି ମନୋନୀତ ଉପଭୋକ୍ତାମାନଙ୍କ ପାଇଁ ଉପଲବ୍ଧ । ଏହି ବୈଶିଷ୍ଟ୍ୟ ସମସ୍ତ ଉପଭୋକ୍ତା ମାନଙ୍କ ପାଖରେ ପହଞ୍ଚିବାକୁ କିଛି ସମୟ ଲାଗିପାରେ । ତେବେ କହିରଖୁଛୁ ଯେ, ନିକଟରେ ଆପରେ ଦୁଇଟି ନୂତନ ଫିଚର ଲଞ୍ଚ କରାଯାଇଥିଲା ।

Comments are closed.