ନୂଆଦିଲ୍ଲୀ : ପ୍ରତ୍ୟେକ ଦେବାଦେବୀଙ୍କୁ ପୂଜା କରିବା ଲାଗି କିଛି ବିଶେଷ ସମୟ, ଦିନ ଏବଂ ତାରିଖ ରହିଛି । କୁହାଯାଏ ଏହି ସମୟରେ ଭଗବାନଙ୍କୁ ପୂଜାର୍ଚ୍ଚନା କଲେ ଶୁଭ ଫଳ ମିଳିଥାଏ । ଆଜି ହେଉଛି ଆଲୋକର ପର୍ବ ଦୀପାବଳି । ସବୁଠି ଭକ୍ତିମୟ ପରିବେଶ ମଧ୍ୟରେ ମାଆ କାଳିଙ୍କୁ ପୂଜାର୍ଚ୍ଚନା କରାଯାଉଛି । ତେବେ ଆଜି ରାତି ୧୦ଟାରୁ ୨ଟା ପର୍ଯ୍ୟନ୍ତ ସ୍ୱତନ୍ତ୍ର ଯୋଗରେ ପୂଜା କରି ଆପଣ ଫଳପ୍ରାପ୍ତି କରିପାରିବେ । ପୂଜକ ମାନଙ୍କ କହିବା ମୂତାବକ ବିଭିନ୍ନ ସ୍ଥାନରେ ମାଆଙ୍କୁ ଭିନ୍ନ ଭିନ୍ନ ରୀତିନୀତିରେ ପୂଜାର୍ଚ୍ଚନା କରାଯାଏ । ଅମାବାସ୍ୟା ହେଉଛି ମାଆ କାଳିଙ୍କର ଏକ ବିଶେଷ ଦିନ । ବିଶ୍ୱାସ କରାଯାଏ ଯେ ଏହି ଦିନ ମାଆଙ୍କର ଉତ୍ପତ୍ତି ହୋଇଥିଲା ।
ମାତା କାଳୀ ଶକ୍ତି ସମ୍ପ୍ରଦାୟର ସବୁଠାରୁ ପ୍ରମୁଖ ଦେବୀ ଅଟନ୍ତି । ଯେପରି ଶିବ ବିନାଶର ମୂଖ୍ୟ ଦେବତା, ସେହିପରି ମା କାଳୀ ବିନାଶର ମୂଖ୍ୟ ଦେବୀ ଅଟନ୍ତି । ଶୁମ୍ଭ-ନିଶୁମ୍ଭଙ୍କୁ ବଦ୍ଧ କରିବା ସମୟରେ ମାଆଙ୍କ ଶରୀରରୁ ଏକ ତୀକ୍ଷ୍ଣ ପୁଂଜ ବାହାରିଥିଲା। ଫଳସ୍ୱରୂପ, ସେହିଦିନଠାରୁ ତାଙ୍କର ରଙ୍ଗ କଳା ହୋଇଗଲା । ସେବେଠାରୁ ସେ କାଲି ନାମରେ ପରିଚିତ ହେଲେ । କାଳୀ ମାଆଙ୍କୁ ପୂଜା କଲେ ଉତ୍ତମ ସ୍ବାସ୍ଥ୍ୟ ପ୍ରାପ୍ତି ହୁଏ । ସମସ୍ତ ଶତ୍ରୁ ଙ୍କ ବିନାଶ ହୁଏ । ତନ୍ତ୍ର ମନ୍ତ୍ରର ପ୍ରଭାବ ମଧ୍ୟ ଦୂର ହୋଇଯାଏ । ମା କାଳୀଙ୍କୁ ପୂଜା କରିବାର ଉପଯୁକ୍ତ ସମୟ ହେଉଛି ରାତି । ମା କାଳୀଙ୍କ ଉପାସନା କରିବା ଦ୍ବାରା ବିଶେଷ କରି ରାହୁ , କେତୁ ଏବଂ ଶନି ଗ୍ରହ ଶାନ୍ତ ହୁଅନ୍ତି ।
Comments are closed.