Latest Odisha News

BREAKING NEWS

ଅଟୋ ରିକ୍ସା ପାଲଟିଲା ସୌଖୀନ କାର : ବଟନ ଚିପିଲେ ଖୋଲୁଛି ଛାତ

କେରଳ: ସୌଖୀନ କାର ଚଢିବା ପାଇଁ କାହାର ବା ଆଗ୍ରହ ନ ଥାଏ । କିନ୍ତୁ ସମସ୍ତଙ୍କୁ ଏହି ସୁଯୋଗ ମିଳେ ନାହିଁ । ନିଜ ସିମୀତ ସମ୍ବଳ ଭିତରେ ଲୋକମାନେ ଗାଡ଼ି କିଣିବାକୁ ଏକ ପ୍ରକାର ବାଧ୍ୟ ହୋଇଥାନ୍ତି । ତେବେ ଏମିତି ଲୋକ ଅଛନ୍ତି ଯେଉଁମାନଙ୍କର ସୌଖୀନ କାରକୁ କିଣିବା ପାଇଁ ସମ୍ବଳ ନ ଥିବା ବେଳେ ସେମାନେ ଏହାର ବିକଳ୍ପ ବାଛି ନେଇଥାନ୍ତି । ଏମିତି ଏକ ବ୍ୟକ୍ତି ହେଲେ କେରଳର ରାଜ୍ ।

ରାଜ୍ ବୃତ୍ତିରେ ସେ ଜଣେ ଅଟୋ ଡ଼୍ରାଇଭର । କିନ୍ତୁ ସୌଖୀନ କାର ନ କିଣି ପାରିବା କାରଣରୁ ଏବେ ନିଜ ଅଟୋକୁ ରି-ଡ଼ିଜାଇନ କରି ସୌଖୀନ କାରରେ ପରିଣତ କରିଛନ୍ତି । ଏହାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଲୋକଙ୍କୁ ଖୁବ୍ ପସନ୍ଦ ଆସିଛି । ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଅଟୋଟି ଗୋଲାପୀ ରଙ୍ଗର । ଡ଼୍ରାଇଭର ରାଜ୍ ଏହାର ଆଗରେ ଥିବା ବଟନ ଚିପିବାରୁ ଅଟୋର ଛାତ ଆପେ ଆପେ ଖୋଲିଯାଉଛି । ଦେଖିଲେ ଏହା ଏକ ସ୍ପୋର୍ଟସ୍ କାର ପରି ବି ଦେଖାଯାଉଛି ।
ଅନେକ ଲୋକ ଏହାକୁ ପସନ୍ଦ କରିବା ସହିତ ନିଜର ମନ୍ତବ୍ୟ ବି ଦେଇଛନ୍ତି । କେହି କେହି କହିଛନ୍ତି ଅଳ୍ପ ଖର୍ଚ୍ଚରେ ସୋଖୀନ୍ କାର କିଣିବ ତ ରାଜ ଭାଇଙ୍କ ଷ୍ଟାଇଲ୍ ଦେଖ । ଆଉ କେହି କହିଛନ୍ତି ଏହା ଦେଶୀ ବିଏମଡ଼ବ୍ଲ୍ୟୁ । ମୋଟାମୋଟି ଭାବେ କିନ୍ତୁ ଅଧିକାଂଶ ଲୋକ ରାଜଙ୍କ ଏପରି ଉଦ୍ୟମକୁ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.