Latest Odisha News

BREAKING NEWS

ଗ୍ରାମାଞ୍ଚଳର ମହିଳାଙ୍କୁ ସଶକ୍ତ କରାଇବାକୁ ଡାଲମିଆ ସିମେଣ୍ଟର ‘ଜୀବିକା’ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ୍ ଗ୍ରାମାଞ୍ଚଳର ମହିଳାଙ୍କୁ ସଶକ୍ତ କରିବ । ୧୦ ଲକ୍ଷ ମହିଳାଙ୍କୁ ‘ଜୀବିକା’ କାର୍ଯ୍ୟକ୍ରମ ମାଧ୍ଯମରେ ସଶକ୍ତ କରାଇବାକୁ ଡାଲମିଆ ସିମେଣ୍ଟ ଛତୁ ଚାଷ ଶିକ୍ଷା ଦେବ । ଛତୁ ଚାଷରେ କମ୍ ଖର୍ଚ୍ଚ ହେଉଥିବା ବେଳେ ଅଧିକ ଲାଭ ମିଳିଥାଏ । ଏହା ଏକ କୃଷି ବାଣିଜ୍ୟ ମେଡ୍ଲ ହୋଇପାରିବ ।

ଏହାଦ୍ୱାରା ମହିଳାଙ୍କ ମଧ୍ୟରେ ଆତ୍ମନିର୍ଭରତା ବଢ଼ିବ । ଏନେଇ ଡାଲମିଆ ସିମେଣ୍ଟ ପକ୍ଷରୁ ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡ଼ିକୁ ତାଲିମ୍ ଦିଆଯାଉଛି । କଟକ, ରାଜଗାଙ୍ଗପୁର ଓ ଲାଞ୍ଜିବେରନା ଖଣି ଅଞ୍ଚଳରେ ଥିବା ମହିଳା ଛତୁ ଚାଷ କରି ୟୁନିଟ୍ ପିଛା ମାସିକ ଅତିରିକ୍ତ ୫ ହଜର ଟଙ୍କ ଆୟ କରି ପାରିବେ ।

ଗତ ୭ ମାସରେ କଟକର କପିଳାସ ସିମେଣ୍ଟରେ କାର୍ଯ୍ୟରତ ୧୩୦ ଏସଚଜି ମହିଳା ୩୦୦ କେଜି ଛତୁ ସ୍ଥାନୀୟ ବଜାରରେ ବିକ୍ରି କରି ଥିବା ବେଳେ ୭୫ ହଜାର ଟଙ୍କା ଆୟ କରିଛନ୍ତି । ସେହିଭଳି ରାଜଗାଙ୍ଗପୁରରେ ଏହାଦ୍ୱାରା ୧୭ ଗାଁର ୧୪୦ ମହିଳା ଉପକୃତ ହୋଇଛନ୍ତି ।

ଛତୁ ଚାଷ ସହ ଡାଲମିଆ ସିମେଣ୍ଟ ଏକାଧିକ କୌଶଳ ବିକାଶ କାର୍ଯ୍ୟକ୍ରମ ମହିଳାଙ୍କ ଜୀବନ ଜୀବିକା ଲାଗି ହାତକୁ ନେଇଛି । ହସ୍ତକଳା ଭଳି ପ୍ରକଳ୍ପ ମାଧ୍ୟମରେ ହାତ ତିଆରି ଜିନିଷ ସହ ଖଟା, ମସଲା, ଟେରାକୋଟା ସାମଗ୍ରୀ ତିଆରି କରାଯାଉଛି ।

Leave A Reply

Your email address will not be published.