Latest Odisha News

କେବେ ସରିବ ମହାମାରୀ? ଜବାବ୍‌ ରଖିଲେ ‘ହୁ’ ମୁଖ୍ୟ

ନୂଆଦିଲ୍ଲୀ: କେବେ ଯିବ କରୋନ? କେବେ ସରିବ ମହାମାରୀର ତାଣ୍ଡବ? ତେବେ ଏହି ପ୍ରଶ୍ନର ଏକ ସରଳ ଉତ୍ତର ଦେଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ। ଜାପାନରେ ଏକ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ବୈଠକରେ ଅଭିଭାଷଣ ଦେଲା ବେଳେ  ହୁ ମୁଖ୍ୟ ଟେଡ୍ରୋସ ଆଡାନୋମ ଗେବ୍ରେଏସସ କହିଛନ୍ତି ଯେ

ଗତ ୧୯ ମାସ ଧରି ସାରା ବିଶ୍ୱରେ କୋଟି କୋଟି ଲୋକ କରୋନା ଚକ୍ରବ୍ୟୁହରେ ଫସିରହିଛନ୍ତି। ଲକ୍ଷାଧିକ ଲୋକଙ୍କ ଜୀବନ ନେଲାଣି ମାରାତ୍ମକ କରୋନା ଭୂତାଣୁ। ସେ କହିଛନ୍ତି ଯେ ସଂକ୍ରମଣକୁ କିପରି ନିୟନ୍ତ୍ରଣ କରାଯାଏ ତାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟେ।

ସେ କହିଛନ୍ତି “ମୋତେ ବାରମ୍ବାର ପଚରାଯାଉଛି ଯେ ମହାମାରୀ କେବେ ଶେଷ ହେବ। ମୋର ଉତ୍ତର ମଧ୍ୟ ଅନୁରୂପ ରହିଛି, ମହାମାରୀ ସମାପ୍ତ ହେବ ଯେତେବେଳେ ବିଶ୍ବ ଏହାକୁ ଶେଷ କରିବାକୁ ଚାହିଁବ। ସଂକ୍ରମଣକୁ ରୋକିବା ଏବଂ ଜୀବନ ରକ୍ଷା କରିବା ପାଇଁ ଆମର ଉପକରଣ ଅଛି।”

ଟେଡ୍ରୋସ୍ ଆହୁରି ମଧ୍ୟ କହିଛନ୍ତି ଯେ ଆସନ୍ତା ବର୍ଷ ମଧ୍ୟଭାଗରେ ପ୍ରତ୍ୟେକ ଦେଶର ଜନସଂଖ୍ୟାର ୭୦ ପ୍ରତିଶତ ଲୋକଙ୍କୁ ଟିକାକରଣ କରିବା ବିଶ୍ୱର ସାଧାରଣ ଲକ୍ଷ୍ୟ ହେବା ଉଚିତ।

ସେ କହିଛନ୍ତି, “ବିଶ୍ବ ମିଳିତ ଭାବରେ ନିଷ୍ଠା ଏବଂ ଶୃଙ୍ଖଳାର ସହିତ ମହାମାରୀକୁ ଜିତିବା ପାଇଁ ଯଥାସମ୍ଭବ କାର୍ଯ୍ୟ କରିବା ଉପରେ ଧ୍ୟାନ ଦେବା ଆବଶ୍ୟକ। ଆମେ ପରସ୍ପର ବିରୁଦ୍ଧରେ ଲଢୁ ନାହୁଁ ବରଂ ଆମେ ଭୂତାଣୁ ବିରୁଦ୍ଧରେ ଲଢେଇ କରୁଛୁ।

Comments are closed.