Latest Odisha News

ସୋସିଆଲ ମିଡିଆରେ ଅଧିକ ସମୟ ବିତାଇଥାନ୍ତି ଏହି ଦେଶର ଲୋକେ, ଜାଣନ୍ତୁ ଭାରତର ସ୍ଥାନ କେଉଁଠି…

ସମଗ୍ର ବିଶ୍ୱରେ ଲୋକମାନେ ନିଜର ମନୋରଞ୍ଜନ ଏବଂ ପରସ୍ପର ସହିତ କନେକ୍ଟ ରହିବା ପାଇଁ ସୋସିଆଲ ମିଡିଆର ବ୍ୟବହାର ବହୁଳ ମାତ୍ରାରେ କରିଥାନ୍ତି । କିନ୍ତୁ କ’ଣ ଆପଣ ଜାଣନ୍ତି କି, ଦୁନିଆର କେଉଁ ଦେଶର ଲୋକମାନେ ସୋସିଆଲ ମିଡିଆରେ ଅଧିକ ସମୟ ଅତିବାହିତ କରନ୍ତି |

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡିଆ କିଏ ବା ବ୍ୟବହାର କରୁନି । ବର୍ତ୍ତମାନର ଯୁବପୀଢି ସୋସିଆଲ ମିଡିଆରେ ନିଜକୁ ଏପରି ଭାବରେ ବ୍ୟସ୍ତ ରଖୁଛନ୍ତି ଯେ ଯେପରିକି ସୋସିଆଲ ମିଡିଆ ବିନା ସେମାନଙ୍କର ବଞ୍ଚିବା ଅସମ୍ଭବ । ମଫସଲ ଗାଁ ଠୁ ଆରମ୍ଭ କରି ବଡ ବଡ ସହର ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି । କେବଳ ଯେ ଯୁବପୀଢି ତାହା ନୁହେଁ, ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡିଆର ପଥଗାମୀ । କିନ୍ତୁ କ’ଣ ଆପଣ ଜାଣନ୍ତି କି, ଦୁନିଆର କେଉଁ ଦେଶର ଲୋକମାନେ ସୋସିଆଲ ମିଡିଆରେ ଅଧିକ ସମୟ ଅତିବାହିତ କରନ୍ତି |

ସୂଚନା ଅନୁସାରେ, ଏକ ସର୍ଭେ ରିପୋର୍ଟ ଅନୁଯାୟୀ, ସାରା ବିଶ୍ଵରେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ଥିବା ଲୋକଙ୍କ ତାଲିକାରେ ଅଧିକ ଫିଲିପାଇନ୍ସର ଲୋକଙ୍କ ନାମ ଦେଖାଯାଏ । ସେମାନେ ଆନୁମାନିକ ୪ ଘଣ୍ଟା ୬ ମିନିଟ୍ ସୋସିଆଲ ମିଡିଆରେ ସକ୍ରିୟ ଥାଆନ୍ତି | ଏପରି ସ୍ଥଳେ ଆପଣଙ୍କ ମନରେ ଗୋଟଏ ପ୍ରଶ୍ନ ଆସୁଥିବ ଯେ, ଭାରତରେ ସୋସିଆଲ ମିଡିଆରେ ଲୋକମାନେ କେତେ ସମୟ ବିତାଉଛନ୍ତି? ଆପଣଙ୍କୁ କହି ରଖୁଛୁ ଯେ, ଆମ ଦେଶରେ ଲୋକମାନେ ସୋସିଆଲ ମିଡିଆରେ ହାରାହାରି ୨ ଘଣ୍ଟା ୩୬ ମିନିଟ୍ ସମୟ ବିତାଇଥାନ୍ତି | ଏହା ସହିତ ସୋସିଆଲ ମିଡିଆରେ ସକ୍ରିୟ ଥିବା ଦେଶମାନଙ୍କ ମଧ୍ୟରେ ଫିଲିଫାଇନ୍ସ ପ୍ରଥମ ଥିବା ବେଳେ ଭାରତର ସ୍ଥାନ ୧୪ ନମ୍ବରରେ ରହିଛି |

 

Comments are closed.