ଭୁବନେଶ୍ବର: ବାସ୍ତୁଶାସ୍ତ୍ର ଅନୁସାରେ ଘରେ ହାତୀଙ୍କ ମୂର୍ତ୍ତି କିମ୍ବା ଫଟୋ ରଖିଲେ ଶୁଭ । ତେବେ ଆସନ୍ତୁ ଜାଣିବା କେଉଁ ସ୍ଥାନରେ ରଖିବେ ହାତୀ ମୂର୍ତ୍ତି ..
– ଆଲମାରୀର କବାଟରେ ଶୁଣ୍ଢ ଉପରକୁ ଉଠାଇଥିବା ଦୁଇଟି ହାତୀଙ୍କ ମଝିରେ ମା’ ଲକ୍ଷ୍ମୀ ବସିଥିବାର ଫଟୋ ଲଗାନ୍ତୁ । ଅବା ଆଲମାରୀରେ ଏପରି ମୂର୍ତ୍ତି ରଖନ୍ତୁ । ଫଳରେ ପରିବାରରେ ସୁଖସମୃଦ୍ଧି ବଢିବ ଓ ଆର୍ଥିକସ୍ଥିତି ମଜବୁତ୍ ହେବ ।
-ଶୟନକକ୍ଷରେ ଯୋଡା ହାତୀଙ୍କ ମୂର୍ତ୍ତି ନହେଲେ ଫଟୋ ରଖନ୍ତୁ । ପତ୍ନୀପତିଙ୍କ ମଧ୍ୟରେ ଭଲପାଇବା ବଢିବ । ଏଥିସହ ପରସ୍ପର ପ୍ରତି ସମ୍ମାନ ବଢେ ।
-ହାତୀ ରହୁଥିବା ସ୍ଥାନରୁ କିଛି ମାଟି ଆଣି ଘରେ ଥିବା କୂଅରେ ପକାଇଲେ କିମ୍ବା ନାଲି କନାରେ ତାହାକୁ ବାନ୍ଧି ଘରର ପ୍ରବେଶ ଦ୍ୱାରରେ ରଖିଲେ ଧୀରେଧୀରେ ଆର୍ଥିକ ସଙ୍କଟରୁ ମୁକ୍ତି ମିଳେ ।
-ସେହିପରି ହାତୀ ରହୁଥିବା ସ୍ଥାନରୁ କିଛି ମାଟି ଆଣି ଘରର ଦକ୍ଷିଣ-ପଶ୍ଚିମ ଦିଗରେ ରଖିଲେ ମଧ୍ୟ ଶୁଭଫଳ ମିଳେ ।
Comments are closed.