ଭୁବନେଶ୍ୱର: ସହରର ଉପକଣ୍ଠରେ ଅବସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଖୁବଶୀଘ୍ର ଧଳା ଗଣ୍ଡା ଓ ଆଫ୍ରିକା ସିଂହ ସହ ଅନ୍ୟ ବିଦେଶୀ ପଶୁ ଆସିବେ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଯାହା ପଶୁପ୍ରେମୀଙ୍କ ପାଇଁ ଏକପ୍ରକାର ଖୁସି ଖବର।
ଗଣମାଧ୍ୟମକୁ ସୂଚନା ଦେଇ ଶୁକ୍ରବାର ଦିନ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ନିର୍ଦ୍ଦେଶକ ଶଶି ପଲ୍ କହିଛନ୍ତି, “ଧଳା ଗଣ୍ଡା ଆଣିବା ଲାଗି ସିଙ୍ଗାପୁର ସରକାରଙ୍କ ସହ ଆଲୋଚନା ଜାରି ରହିଥିବା ବେଳେ ଶ୍ରୀଲଙ୍କାରୁ ଆଫ୍ରିକା ସିଂହ ଆଣିବା ପାଇଁ ପ୍ରୟାସ କରାଯାଉଛି” ।
ଏହାବ୍ୟତିତ ଆମେ ଅନ୍ୟ ବିଦେଶୀ ପଶୁ ଏବଂ ବିଲୁପ୍ତ ପ୍ରଜାତିର ଜୀବଜନ୍ତୁଙ୍କୁ ନନ୍ଦନକାନନ ଆଣିବା ଲାଗି ଯୋଜନା କରୁଛି ବୋଲି ଶ୍ରୀ ପଲ୍ ପ୍ରକାଶ କରିଛନ୍ତି ।
ଆହୁରି ମଧ୍ୟ ଚିଡିଆଖାନାର ଭିତ୍ତି ସଂରଚନାର ବିକାଶ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତରରେ ଶ୍ରୀ ପଲ୍ କହିଛନ୍ତି ଯେ ରୋପୱେ ପଏଣ୍ଟରେ ପହଞ୍ଚିବା ଲାଗି ଆଗନ୍ତୁକଙ୍କ ସୁବିଧା ପାଇଁ ଟଏ ଟ୍ରେନ୍ ରାସ୍ତା ସହ ଏକ ଓଭର ବ୍ରିଜ୍ ମଧ୍ୟ ନିର୍ମାଣ କରାଯିବ ।
Comments are closed.