Latest Odisha News

BREAKING NEWS

ଦିଲ୍ଲୀ ପ୍ୟାରେଡ୍ ଦେଖିବେ ୫୦ଜଣ ଆଦିବାସୀ ଅତିଥି; ଓଡ଼ିଶାରୁ ୨ ଜଣ ନିମନ୍ତ୍ରିତ

ନୂଆଦିଲ୍ଲୀ: ଦିଲ୍ଲୀରେ ଚଳିତ ସାଧାରଣତନ୍ତ୍ର ଦିବସ ପରେଡ ଦେଖିବେ ମୟୂରଭଂଜ ଜିଲ୍ଲାର ୨ଜଣ ସାନ୍ତାଳୀ ଆଦିବାସୀ । ଦୁହେଁ ଭିଆଇପି ଗ୍ୟାଲେରୀରେ ବସି ପରେଡ୍ ମଜା ନେବେ । ଏଥିପାଇଁ ଦୁହେଁ ଆଜିରେ ଦିଲ୍ଲୀରେ ପହଂଚିଛନନ୍ତି । ଏହି ଦୁଇ ଜଣ ହେଲେ ମୟୂରଭଂଜ ଜିଲ୍ଳା ଖୁଂଟା ବ୍ଲକ ହାତୀ ସାହିଁ ଗାଁର ଗଙ୍ଗାଧର ହେମ୍ବ୍ରମ ଓ ବେତନଟୀ ବ୍ଲକର ହୁତାପୁର ଗାଁର ଜାପାନୀ ମାଝି ।

କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଦେଶର ସବୁ ରାଜ୍ୟରୁ ୫୦ରୁ ଅଧିକ ଆଦିବାସୀ ଅତିଥିଙ୍କୁ ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ପରେଡ ଦେଖିବା ପାଇଁ ନିମନ୍ତ୍ରଣ କରାଯାଇଥିଲା ।

ତେବେ ଏହି ତାଲିକାରେ ଥିଲେ ଗଙ୍ଗାଧର ଓ ଜାପାନୀ । ଗଙ୍ଗାଧର ପେସାରେ ଜଣେ ଶିକ୍ଷକ । ସେ ସାନ୍ତାଳୀ ଭାଷାର ପ୍ରଚାର ଓ ପ୍ରସାର ପାଇଁ କାର୍ଯ୍ୟ କରୁଛନ୍ତି । ସେହିପରି ଜାପାନୀ ଜଣେ ସମାଜସେବୀ ଭାବେ କାମ କରୁଛନ୍ତି ।

ଏଦୁହେଁ ଏବେ ଦିଲ୍ଲୀର ସାଧାରଣତନ୍ତ୍ର ଦିବସ ପରେଡ୍ ଓ ବିଟିଂ ରିଟ୍ରିଟ୍ କାର୍ଯ୍ୟକ୍ରମ ଦେଖିବେ । ଏଥିସହ ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ଉପରାଷ୍ଟ୍ରପତି ଓ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବା କାର୍ଯ୍ୟକ୍ରମ ମଧ୍ୟ ରହିଛି ।

Leave A Reply

Your email address will not be published.