ଭୁବନେଶ୍ୱର: ସହରର ଉପକଣ୍ଠରେ ଅବସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗତ କିଛି ଦିନ ଧରି ଏକ ଧଳା ବାଘ ‘ଶୁଭ୍ରାଂଶୁ’ ଅସୁସ୍ଥ ଅଛି ।
ବର୍ତ୍ତମାନ ସମୟରେ ତା’ର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟୁଥିବା ନେଇ ପ୍ରାଣୀ ଉଦ୍ୟାନ ସୁତ୍ରରୁ ପ୍ରକାଶ।
ଗତ ୨୦୧୪ ମସିହାରେ ଜନ୍ମଗ୍ରହଣ କରିଥିବା ଏହି ୫ ବର୍ଷୀୟ ଧଳା ବାଘର ଅସୁସ୍ଥତାର କାରଣ ସ୍ପଷ୍ଟ ହୋଇପାରିନାହିଁ । ଏହି ଅବସରରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଉପ ନିର୍ଦ୍ଦେଶକ ଜୟନ୍ତ କୁମାର ଦାସ କହିଛନ୍ତି, ଏକ ଡାକ୍ତରୀ ଦଳ ଶୁଭ୍ରାଂଶୁର ଚିକିତ୍ସା କରୁଛନ୍ତି ଏବଂ ତା’ର ରକ୍ତ ନୁମନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି ।
ଆହୁରି ମଧ୍ୟ ରକ୍ତ ପରୀକ୍ଷା ରିପୋର୍ଟ ଆସିବା ପରେ ଯାଇ ଅସୁସ୍ଥତାର ସଠିକ୍ କାରଣ ଜଣାପଡିବ ବୋଲି ସେ ପ୍ରକାଶ କରିଛନ୍ତି ।
Comments are closed.