Latest Odisha News

BREAKING NEWS

ଇବୋଲା ଭାଇରସ୍‌ର ଚିହ୍ନଟ ପରେ ୬ଟି ଆଫ୍ରିକାନ୍ ଦେଶକୁ ସତର୍କ କରାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ: ଇବୋଲା ଭାଇରସ୍‌ର ନୂଆ ସଂକ୍ରମଣକୁ ନେଇ ୬ଟି ଆଫ୍ରିକାନ୍ ଦେଶକୁ ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଗୁଏନିଆରେ ଇବୋଲାର ନୂଆ ମାମଲା ସାମ୍ନାକୁ ଆସିବା ପରେ ଏହାର ସଂକ୍ରମଣକୁ ଦୃଷ୍ଟିରେ ରଖି ଡବ୍ଳୁଏଚଓ ଏପରି ସତର୍କତା ଜାରି କରିଛି । ଡେମୋକ୍ରାଟିକ୍‌ ରିପବ୍ଲିକ୍‌ ଅଫ୍‌ କଙ୍ଗୋ ଏନେଇ କହିଛି, ପୂର୍ବ ସଂକ୍ରମଣକୁ ବିଚାର କଲେ ଏହାର ପୁଣିଥରେ ପୁନଃରୁଥାନ ହୋଇଛି ।

୨୦୧୩-୨୦୧୬ରେ ସଂକ୍ରମଣ ହୋଇଥିବା ଇବୋଲା ପରେ ଏହା ପ୍ରଥମ କରି ଗୁଏନାରେ ପ୍ରବେଶ କରିଛି । କଙ୍ଗୋ ମଧ୍ୟ ଏହି ମାସରେ ୪ଟି ମାମଲା ଚିହ୍ନଟ କରିଥିବା ଘୋଷଣା କରିଛି । ଗୁଏନାର ସ୍ୱାସ୍ଥ୍ୟ ବିଭାଗ ଏନେଇ ତତ୍ପର ହୋଇପଡ଼ିଛି ।

ଏହି ମହାମାରୀରୁ ବର୍ତ୍ତିବା ପାଇଁ ଡବ୍ଳୁଏଚଓ ୬ଟି ଆଫ୍ରିକୀୟ ଦେଶକୁ ସତର୍କତା ଅବଲମ୍ୱନ କରବାକୁ ପରାମର୍ଶ ଦେଇଛି । ସେଗୁଡ଼ିକ ମଧ୍ୟରେ ସେନେଗାଲ୍‌, ଗୁଇନିଆ-ବିସାଉ, ମାଲି, ଇଭୋରି କୋଷ୍ଟ, ସିଏରା ଲିଓନି ଏବଂ ଲିବେରିଆ ରହିଛନ୍ତି ।

ପଶ୍ଚିମ ଆଫ୍ରିକାରେ ପୂର୍ବଥର ଇବୋଲା ତାଣ୍ଡବ ରଚିଥିଲା । ଯାହାଫଳରେ ଏଥିରେ ୧୧ ହଜାର ୩ ଶହ ଲୋକ ପ୍ରାଣ ହରାଇଥିଲେ । ଏହାର ପୁନରାବୃତ୍ତି କିପରି ନହେବ ସେ ନେଇ ସ୍ୱାସ୍ଥ୍ୟ ବିଭାଗ ସତର୍କତା ଅବଲମ୍ବନ କରିବା ସହିତ ପ୍ରସ୍ତୁତି ଆରମ୍ଭ କରିଛି । ବିଶେଷ କରି ଗୁଏନା, ସେଇରା ଲିଓନି ଏବଂ ଲିବେରିଆରେ ଏହି ମହାମାରୀରେ ତାଣ୍ଡବ ରଚିଥିଲା ।

Comments are closed.