Latest Odisha News

BREAKING NEWS

ରାଜ୍ୟରୁ ସୁସ୍ଥ ହେଲେ ଆଉ ୬୩ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଧିରେ ଧିରେ ହ୍ରାସ ପାଉଛି କରୋନା ସଂକ୍ରମଣ । ସ୍ଥିତିରେ ସୁଧାର ଆସୁଥିବା ବେଳେ, ରାଜ୍ୟରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଆଉ ୬୩ କରୋନା ଆକ୍ରାନ୍ତ । ସୁନ୍ଦରଗଡ଼ରୁ ସର୍ବାଧିକ ୧୪ ଜଣ ସୁସ୍ଥ ହୋଇଥିବା ବେଳେ, ମୟୂରଭଞ୍ଜରୁ ୭ ଜଣ, ଝାରସୁଗୁଡ଼ାରୁ ୬ ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି ବାଲେଶ୍ବର ଓ କଟକରୁ ୫ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ, ବରଗଡ଼ରୁ ୪ ଜଣ, ଅନୁଗୁଳ, ବଲାଙ୍ଗିର, କଳାହାଣ୍ଡି, କେନ୍ଦୁଝର, ପୁରୀ ଓ ରାୟଗଡ଼ାରୁ ୩ ଜଣ ଲେଖାଏଁ, ନୂଆପଡ଼ାରୁ ୨ ଜଣ ଓ ଖୋର୍ଦ୍ଧାରୁ ଜଣେ ସୁସ୍ଥ ହୋଇଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଲେଣି ୩ ଲକ୍ଷ ୩୩ ହଜାର ୭୦୦ ଜଣ ।

Leave A Reply

Your email address will not be published.