Latest Odisha News

BREAKING NEWS

ଅମେରିକା ସିନେଟ୍‌ରେ ଇତିହାସ: ପ୍ରଥମ ମୁସଲିମ୍ ସାଂସଦ ଅବ୍‌ଦୁଲ୍‌ ଅଲ୍‌-ସୈୟଦ, ଭାରତ ସହ ସମ୍ପର୍କ

ଅମେରିକା ରାଜନୀତିରେ ସୃଷ୍ଟି ହୋଇଛି ନୂଆ ଇତିହାସ। ଡେମୋକ୍ରାଟିକ୍ ପାର୍ଟିର ନେତା ଅବ୍‌ଦୁଲ୍‌ ଅଲ୍‌-ସୈୟଦ ମିସିଗାନ୍ ଆସନରୁ ବିଜୟୀ ହୋଇ ଅମେରିକା ସିନେଟ୍‌କୁ ନିର୍ବାଚିତ ହେବାରେ ପ୍ରଥମ ମୁସଲିମ୍ ସାଂସଦ (ସିନେଟର) ଭାବେ ଇତିହାସ ରଚିଛନ୍ତି। ଏହି କଡ଼ା ମୁକାବିଲାରେ ସେ ରିପବ୍ଲିକାନ୍ ପ୍ରାର୍ଥୀ ମାଇକ୍ ରୋଜର୍ସଙ୍କୁ ପରାସ୍ତ କରିଛନ୍ତି। ପେଷାରୁ ଜଣେ ମହାମାରୀ ବିଶେଷଜ୍ଞ ଯାହାକୁ Epidemiologist କୁହା ଯାଏ ଓ ଜନସ୍ୱାସ୍ଥ୍ୟ ପ୍ରଶାସକ ଅଲ୍‌-ସୈୟଦ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟସେବା ଏବଂ ସରକାରୀ ସ୍ୱଚ୍ଛତା ପ୍ରସଙ୍ଗକୁ ନେଇ ନିର୍ବାଚନ ଲଢ଼ିଥିଲେ।

ଭାରତ ସହିତ ଖାସ୍ ସମ୍ପର୍କ:  ଅଲ୍‌-ସୈୟଦଙ୍କର ଭାରତ ସହିତ ଏକ ପାରିବାରିକ ସମ୍ପର୍କ ରହିଛି। ତାଙ୍କ ପତ୍ନୀ ଡକ୍ଟର ସାରା ଜୁକାକୁ ଭାରତୀୟ ମୂଳର ଅଟନ୍ତି। ସାରାଙ୍କ ପରିବାର ମୁଖ୍ୟତଃ କର୍ଣ୍ଣାଟକର ଭଟକଲ ଓ ବେଙ୍ଗାଲୁରୁ ସହର ସହିତ ଜଡ଼ିତ। ସାରାଙ୍କ ଅଜା ଶମସୁଦ୍ଦୀନ୍ ପୂର୍ବତନ ମୈଶୂର ରାଜ୍ୟର ଅର୍ଥ ଉପ-ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।

ଅଲ୍‌-ସୈୟଦ ନିଜର ଏହି ଦକ୍ଷିଣ ଭାରତୀୟ କନେକ୍ସନ୍ ବିଷୟରେ ଆଲୋଚନା କରି କହିଥିଲେ ଯେ, ଗତ ୨୦ ବର୍ଷ ଧରି ଏକ ଭାରତୀୟ ପରିବାର ସହ ଯୋଡ଼ି ହୋଇ ରହିବା ଫଳରେ ସେ ଭାରତୀୟ ସଂସ୍କୃତିରେ ପୂର୍ଣ୍ଣ ଭାବେ ସାମିଲ ହୋଇସାରିଛନ୍ତି। ନିଜକୁ ଆରବ ଅପେକ୍ଷା ଅଧିକ ଭାରତୀୟ ବୋଲି ମଧ୍ୟ ସେ ଅନେକ ସମୟରେ ହସି ହସି ପ୍ରକାଶ କରନ୍ତି। ତାଙ୍କର ଏହି ନିର୍ବାଚନୀ ବିଜୟ ପରେ କର୍ଣ୍ଣାଟକରେ ଥିବା ତାଙ୍କ ଆତ୍ମୀୟସ୍ୱଜନଙ୍କ ମଧ୍ୟରେ ଉତ୍ସାହର ପରିବେଶ ଦେଖିବାକୁ ମିଳିଛି।

ଅବ୍‌ଦୁଲ୍‌ ଅଲ୍‌-ସୈୟଦ ଜଣେ ଡେମୋକ୍ରାଟିକ୍ ରାଜନେତା ଏବଂ ଜନସ୍ୱାସ୍ଥ୍ୟ ବିଶେଷଜ୍ଞ। ସେ ‘ମେଡିକେୟାର ଫର ଅଲ୍’ (ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟସେବା) ଏବଂ ଆର୍ଥିକ ସମାନତା ଭଳି ପ୍ରସଙ୍ଗକୁ ଆଧାର କରି ରାଜନୀତି କରନ୍ତି। କର୍ପୋରେଟ୍ ପାଣ୍ଠି ଗ୍ରହଣ ନକରି ସେ ସର୍ବସାଧାରଣଙ୍କ ସହଯୋଗରେ ନିର୍ବାଚନ ଲଢ଼ିଥାଆନ୍ତି। ଆମେରିକାର ମିସିଗାନ୍‌ ରାଜ୍ୟର ସିନେଟ୍ ନିର୍ବାଚନରେ ଜିତି ସେ ଦେଶର ପ୍ରଥମ ମୁସଲିମ୍ ସାଂସଦ ଭାବେ ଇତିହାସ ରଚିଛନ୍ତି। ତାଙ୍କର ଏହି ରାଜନୈତିକ ଯାତ୍ରା ଆମେରିକୀୟ ରାଜନୀତିରେ ଏକ ନୂତନ ଅଧ୍ୟାୟ ଯୋଡ଼ିଛି।

Leave A Reply

Your email address will not be published.