Latest Odisha News

BREAKING NEWS

ମାଇକେଲ ଜ୍ୟାକସନଙ୍କ ଅଭିନୟ କରି ଚର୍ଚ୍ଚାରେ ଜାଫର

ନୂଆଦିଲ୍ଲୀ: ପପ ଆଇକନ ମାଇକେଲ ଜ୍ୟାକସନଙ୍କ ବାୟୋପିକ ରିଲିଜ ହୋଇସାରିଛି । ଏଥିରେ ଜ୍ୟାକସନଙ୍କ ସଂଘର୍ଷ ଓ ସଫଳତା ଉପରେ ଆଲୋକପାତ କରାଯାଇଛି । ତେବେ ଜ୍ୟାକସନଙ୍କ ଜୀବନ୍ତ ଭୂମିକା କରି ଜାଫର ଜ୍ୟାକସନ ଏବେ ଚର୍ଚ୍ଚାର କାରଣ ସାଜିଛନ୍ତି । ତେବେ ଏହି ଜାଫର କିଏ ସେ ନେଇ ମଧ୍ୟ ଦର୍ଶକଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ଜ୍ୟାକସନଙ୍କ ଲୁକ, ଷ୍ଟାଇଲ ଓ ଡ୍ୟାନ୍ସ ମୁଭରେ ସେ ଚମତ୍କାର ଅଭିନୟ କରିଥିଲେ ।

ଜାଫର ହେଉଛନ୍ତି ମାଇକେଲଙ୍କ ବଡ ଭାଇ ଜର୍ମନ ଜ୍ୟାକସନଙ୍କ ପୁତ୍ର । ସଙ୍ଗୀତ ଓ ଡ୍ୟାନ୍ସ ପ୍ରତି ତାଙ୍କର ଦୁର୍ବଳତା ରହିଥିଲା । ସେ ଏଥିପାଇଁ ମାଇକେଲଙ୍କ ସହ ଅଧିକ ନିକଟତର ଥିଲେ । ସେ ଅଭିନୟରେ ତାଙ୍କ କ୍ୟାରିୟର ମଧ୍ୟ ଆରମ୍ଭ କରିଛନ୍ତି । ଏବେ ମାଇକେଲଙ୍କ ଭୂମିକା କରି ସେ ନିଜ ଅଭିନୟ ଦକ୍ଷତା ପ୍ରତିପାଦିତ କରିଛନ୍ତି । ଏଥିପାଇଁ ସେ କଠିନ ଅଭ୍ୟାସ କରିଥିଲେ । ଘଂଟା ଘଂଟା ଧରି ସେ ମାଇକେଲଙ୍କ ଡ୍ୟାନ୍ସ ମୁଭକୁ ନକଲ କରୁଥିଲେ । ସେ ମଧ୍ୟ ଏହି ଫିଲ୍ମ ତାଙ୍କ କ୍ୟାରିୟର ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ।

Leave A Reply

Your email address will not be published.