ଲଣ୍ଡନ: ଗୁରୁତର କୋଭିଡ ରୋଗୀଙ୍କ ଉପରେ ଷ୍ଟେରୋଏଡ୍ ଚିକିତ୍ସା ଫଳରେ ମୃତ୍ୟୁ ଆଶଙ୍କା ୨୦% କମ୍ ରହୁଥିବା ନେଇ ଅନେକ ଅଧ୍ୟୟନରୁ ଜଣାପଡିଛି । ଯାହା ଫଳରେ ଗୁରୁତର କରୋନା ରୋଗୀଙ୍କୁ ଷ୍ଟେରୋଏଡ୍ ଦେବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚଓ) ପକ୍ଷରୁ ସୁପାରିଶ କରାଯାଇଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ ଷ୍ଟେରୋଏଡ୍ ଔଷଧକୁ ୭ଟି ଭିନ୍ନ ସ୍ଥାନରେ ପ୍ରାୟ ୩ ପ୍ରକାରର ଟ୍ରାଏଲ୍ କରାଯାଇଥିଲା । ଏହି ଟ୍ରାଏଲ୍ ରିପୋର୍ଟରୁ ଜଣାପଡିଥିଲା ଯେ ଗୁରୁତର ଅସୁସ୍ଥ ରୋଗୀଙ୍କ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ।
ଏହାଛଡା ଇନଟେନସିଭ କେୟାର ହସ୍ପିଟାଲରେ ଚିକିତ୍ସିତ କରୋନା ରୋଗୀଙ୍କ ଜୀବନ ବଞ୍ଚାଇବାରେ ଡେକ୍ସୋମେଥାସୋନ୍, ହାଇଡ୍ରୋକାର୍ଟିସିନ୍ ଓ ମିଥାଇଲ୍ପ୍ରୋଡିସୋଲୋନ୍ ଭଳି ଷ୍ଟେରୋଏଡ୍ ଅନେକ ମାତ୍ରାରେ ସହାୟକ ବୋଲି ରିସର୍ଚ୍ଚରୁ ଜଣାପଡିଛି ।
ଆମେରିକୀୟ ମେଡିକାଲ ଆସୋସିଏସନ୍ ଜର୍ଣ୍ଣାଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ କୋଭିଡ ୧୯ ମହାମାରୀ ସଂକ୍ରମିତ ଗୁରୁତର ରୋଗୀଙ୍କ ମୃତ୍ୟୁ ହାରକୁ ଡେକ୍ସୋମେଥାସୋନ୍ କିଛି ମାତ୍ରାରେ କମ୍ କରୁଥିବା ନେଇ ଜଣାପଡିଥିଲା । ଏହାଛଡା ଏହି ଷ୍ଟେରୋଏଡ୍ ଶସ୍ତା ହେବା ସହ ସ୍ୱାସ୍ଥ୍ୟ ପ୍ରଦ ମଧ୍ୟ ।
ଇନଟେନସିଭ କେୟାର ୱାର୍ଡସରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଅନେକ ଦେଶ ଡେକ୍ସୋମେଥାସୋନ୍ ବ୍ୟବହାର କରୁଥିବା ସୁତ୍ରରୁ ପ୍ରକାଶ ।
Comments are closed.