ନୂଆଦିଲ୍ଲୀ: କୋଭାକ୍ସିନକୁ ମିଳିବ କି ହୁର ଅନୁମତି! ଏ ନେଇ ଆସନ୍ତା ସପ୍ତାହରେ ଚୂଡାନ୍ତ ନିଷ୍ପତ୍ତି ଆସିପାରେ। ଆସନ୍ତା ସପ୍ତାହ ସୁଦ୍ଧା ଭାରତ ବାୟୋଟେକ୍ ର କୋଭାକ୍ସିନ ପାଇଁ ଜରୁରୀକାଳୀନ ବ୍ୟବହାର ତାଲିକା (EUL) ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରେ ବୋଲି ଜଣାପଡ଼ିଛି। ଭାରତର ପ୍ରଥମ ସ୍ୱଦେଶୀ କୋଭିଡ-୧୯ ଟିକା, କୋଭାକ୍ସିନ ଏହାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣରେ ୭୭.୮ ପ୍ରତିଶତ କାର୍ଯ୍ୟକାରିତା ପ୍ରଦର୍ଶନ କରିଛି।
ମଙ୍ଗଳବାର ଦିନ ଜେନେଭାରେ ହୁ ର ଷ୍ଟ୍ରାଟେଜିକ୍ ଆଡଭାଇଜରୀ ଗ୍ରୁପ୍ ଅଫ୍ ଏକ୍ସପର୍ଟସ ଅଫ୍ ଇମ୍ୟୁନାଇଜେସନ୍ (SAGE) ପୂର୍ବରୁ ଭାରତ ବାୟୋଟେକର ପ୍ରତିନିଧୀମାନେ ଏକ ଉପସ୍ଥାପନା କରିଥିଲେ। ୧୪ ଟି ଦେଶରେ ଏହି ଟିକା ଅନୁମୋଦନ କରାଯାଇଛି ଏବଂ ବିଦେଶରେ ୭୦ ନିୟୁତ ଡୋଜ ବଣ୍ଟନ କରାଯାଇଛି ବୋଲି ଟିକା ନିର୍ମାତା ହୁ କୁ କହିଛନ୍ତି।
ପ୍ରମାଣ ମୂଲ୍ୟାଙ୍କନ ଗ୍ରେଡିଂ ଚାଲିଛି ଏବଂ ୧୮ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ WHO କୋଭାକ୍ସିନ୍ ସୁପାରିଶ କରିପାରିବ ବୋଲି ସୂତ୍ରରୁ ପ୍ରକାଶ।
Comments are closed.