ନୂଆଦିଲ୍ଲୀ: ପାଖେଇ ଆସୁଛି ନିର୍ବାଚନ, ଘନଉଛି ପଶ୍ଚିମବଙ୍ଗ ପ୍ରଚାର । ଆହତ ଅବସ୍ଥାରେ ପ୍ରଚାର କରି ଲୋକଙ୍କ ସହାନୁଭୂତି ଗୋଟାଇବାକୁ ଆପ୍ରାଣ ଉଦ୍ୟମ କରୁଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅନ୍ୟପଟେ ଟିଏମସି ଛାଡ଼ି ବିଜେପିର ମିଶିଥିବା ନେତାଙ୍କୁ ପ୍ରାର୍ଥୀ କରି ଏବଂ ଏବେ ସାଂସଦ ଥିବା ନେତାଙ୍କୁ ବିଧାନସଭା ଟିକେଟ୍ ଦେଇ ଟିଏମସିକୁ ଚେକ୍ ଦେବାକୁ ଚେଷ୍ଟା କରୁଛି ବିଜେପି ।
ତେବେ, ସମସ୍ତ ମନରେ ଗୋଟିଏ ପ୍ରଶ୍ନ ବିଜେପି ସରକାର ଗଢ଼ିଲେ କିଏ ହେବ ମୁଖ୍ୟମନ୍ତ୍ରୀ ? ପଶ୍ଚିମବଙ୍ଗରେ ବିଜେପିର ସରକାର ଆସିଲେ କିଏ ଧରିବ ମଙ୍ଗ ? ଏମିତି ଚର୍ଚ୍ଚା ଆଲୋଚନା ଭିତରେ- ବାବୁଲ୍ ସୁପ୍ରିୟୋ, ଶୁଭେନ୍ଦୁ ଅଧିକାରୀ, ଦିଲ୍ଲୀପ ଘୋଷ ଓ ମୁକୁଲ ରାୟ, ସ୍ୱପନ ଦାସଗୁପ୍ତା, ଲକେଟ ଚାର୍ଟାଜୀ, ଦେବଶ୍ରୀ ଚୌଧୁରୀଙ୍କ ନାଁ ଚର୍ଚ୍ଚାରେ ରହିଛି ।
No. Ours is a democratic party. The elected MLAs will choose their leader: Defence Minister Rajnath Singh when asked if going to #WestBengalElections2021 without a CM face, cause a loss to BJP pic.twitter.com/Xvnqx5j4Ad
— ANI (@ANI) March 16, 2021
ତେବେ ୨୦୨୧ ପଶ୍ଚିମବଙ୍ଗ ନିର୍ବାଚନରେ କିଏ ହେବ ବିଜେପିର ମୁଖ୍ୟମନ୍ତ୍ରୀ ପାର୍ଥୀ ? ନା ବିନା ମୁଖ୍ୟମନ୍ତ୍ରୀ ଚେହେରାର ନିର୍ବାଚନ ଲଢ଼ୁଥିବା ବିଜେପିକୁ କ୍ଷତି ସହିବାକୁ ପଡ଼ିବ । ଏହି ପ୍ରଶ୍ନର ଉତ୍ତରରେ ବରିଷ୍ଠ ବିଜେପି ନେତା ରାଜନାଥ ସିଂହ କହିଛନ୍ତି ବିଜେପି ଏକ ଗଣତାନ୍ତ୍ରିକ ଦଳ । ନିର୍ବାଚିତ ବିଧାୟକ ହିଁ ସେମାନଙ୍କ ନେତାଙ୍କୁ ବାଛିବେ । ଏଥିସହ ଏଥର ପଶ୍ଚିମବଙ୍ଗରେ ପଦ୍ମ ଫୁଟିବ, ବିଜେପି ବହୁମତ ସହ ସରକାର ଗଢ଼ିବ ବୋଲି ରାଜନାଥ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।
Comments are closed.